ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇଓ୍ବା ଚାପାରେ ଚାଲିଗଲା ବାପା-ଝିଅଙ୍କ ଜୀବନ

add-all

ପାରାଦୀପ: ବାପା- ଝିଅଙ୍କ ଉପରେ ଚଢ଼ିଗଲା ହାଇଓ୍ବା। ଘଟଣାସ୍ଥଳରେ ଚାଲିଗଲା ଉଭୟଙ୍କ ଜୀବନ। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ କୋଠିଆସାହି ନିକଟରେ। ଉତ୍ୟକ୍ତ ଗ୍ରାମବାସୀ ରାସ୍ତା ଅବରୋଧ କରିଥିବାବେଳେ ପୋଲିସ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ସୂଚନା ଅନୁଯାୟୀ, ପ୍ରତିଦିନ ପରି ଷଣ୍ଢପୁର ଗ୍ରାମର ରାଜକିଶୋର ବିଶ୍ଵାଳ ନିଜ ଝିଅ ଲୋରି ବିଶ୍ଵାଳଙ୍କୁ ସ୍କୁଲରୁ ଧରି ବାଇକ ଯୋଗେ ଘରକୁ ଫେରୁଥିଲେ। ହେଲେ କୋଠିଆସାହି ନିକଟରେ ଏକ ଦ୍ରୁତଗାମୀ ହାଇୱା ସେମାନଙ୍କୁ ଧକ୍କା ଦେବାରୁ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ତେବେ ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଭଙ୍ଗାରୁଜା କରିବା ସହ କଟକ ପାରାଦ୍ବୀପ ମୁଖ୍ୟ ରାସ୍ତାକୁ ଅବରୋଧ କରି ରଖିଛନ୍ତି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ad-week
Leave A Reply

Your email address will not be published.