ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା

youtube

ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ଓରଫ କାଗଜି ପଲାଇ ।  ସ୍ବାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତ ସିଂହାରଙ୍କ ସହ ବିବାଦ ମାମଲାରେ ହାଜର ହେଲା ପୁଅ ।  ଶିଶୁ ମଙ୍ଗଳ କମିଟି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ବେଞ୍ଚରେ ଉପସ୍ଥିତ ହେଲା ନାବାଳକ ପୁଅ  ।  ବାପା ପାଇଁ ଅନୁରୋଧ କରିଛି ପୁଅ ।

ମାଆର ନିଷ୍ପତ୍ତି ବିରୋଧରେ ପୁଅ କୃଷ୍ଣ ପ୍ରସାଦ ଥାନା ଅଧିକାରୀଙ୍କୁ ଚିଠି ଲେଖିଛି  ।  ବାପା ଦରକାର ନହେଲେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ,ହାଇକୋର୍ଟ ବିଚାରପତିଙ୍କ ନିକଟରେ ଇଛା ମୃତ୍ୟୁ ଆବେଦନ କରିବାକୁ ଉଲ୍ଲେଖ କରିଛି ନାବାଳକ ପୁଅ ।  ସେପଟେ ପୁଅର ଭବିଷ୍ୟତ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିଶୁ ଯତ୍ନ ଗୃହରେ ତାକୁ ରଖାଯାଇଥିବା ବେଳେ ଶିଶୁମଙ୍ଗଳ କମିଟି ନିକଟରେ ଉପସ୍ଥିତ କରାଯାଇଛି ।ସୋନାଲିଙ୍କ ଅଭିଯୋଗ ଆଧାରରେ ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ଜିରୋ ଏଫ୍ ଆଇ ଆର୍ ରୁଜ୍ଜୁ ହୋଇଥିଲା । ୩ ଅଗଷ୍ଟ୨୦୨୫ରେ ମାମଲା ରୁଜ୍ଜୁ ହୋଇଥିଲା ।

ସୋନାଳିଙ୍କ ପୈତୃକ ଗାଆଁ କୃଷ୍ଣ ପ୍ରସାଦ ହୋଇଥିବାରୁ ମାମଲା ଟି କୁ ପୁରୀ ପୋଲିସ କୁ ହସ୍ତାନ୍ତର କରାଯାଇଛି ।ଆଉ ଏଥିରେ ସୋନାଲି ଶ୍ରୀକ୍ଷେତ୍ର ସାମନ୍ତ ସିଂହାର ନାଁରେ ଅପହରଣ , ଜୋର ଜବରଦସ୍ତ ବିବାହ ଭଳି ଅଭିଯୋଗ ଆଣିଛନ୍ତି । ସେହି ଆଧାରରେ ଗତକାଲି ପୁରୀ ପୋଲିସ୍ ୧୬୧ ଏବଂ ୧୬୪ରେ ସୋନାଲି ଙ୍କ ବୟାନ ରେକର୍ଡ କରିଛି  । ଖୁବ୍ ଶୀଘ୍ର ଶ୍ରୀକ୍ଷେତ୍ର ସାମନ୍ତସିଂହାର କୁ ଆଣି ଜେରା କରାଯିବ ।

କେବେ ବିବାହ ହୋଇଥିଲା,ସୋନାଲି କେଉଁ ସ୍କୁଲ ରେ ପାଠ ପଢ଼ୁଛିଲେ,ଜନ୍ମ ପ୍ରମାଣ ପତ୍ର,ପୁଅର ସ୍କୁଲ ,ପ୍ରାମାଣିକ ତଥ୍ୟ, ଏ ସବୁ ବିଷୟରେ ଜେରା କରିବ ପୋଲିସ  । ସେପଟେ ବାପା ମାଆ ଙ୍କ କଳହ ଯୋଗୁଁ ପିଲାର ଭବିଷ୍ୟତ ବାଧାପ୍ରାପ୍ତ ହେବାର ଆଶଙ୍କା କରୁଛି ପୋଲିସ୍  । ତେଣୁ ଗତକାଲି ରାତିରୁ ପିଲାଟିକୁ କୃଷ୍ଣ ପ୍ରସାଦ ଥାନା ଆଣି ଶିଶୁ ଯତ୍ନ ଅନୁଷ୍ଠାନରେ ରଖିବା ସହ ଆଜି ଶିଶୁ ମଙ୍ଗଳ କମିଟିରେ ଉପସ୍ଥିତ କରିଛନ୍ତି  ।

Leave A Reply

Your email address will not be published.