ନିଯୁକ୍ତି ଜାଲିଆତି: ଭୁବନେଶ୍ଵର ଏମ୍‌ସରେ ସିବିଆଇ ଚଢ଼ାଉ

add-all

ନିଯୁକ୍ତିରେ ଜାଲିଆତି ଅଭିଯୋଗରେ ଭୁବନେଶ୍ଵର ଏମ୍‌ସରେ ଚଢ଼ାଉ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)। ଶୁକ୍ରବାର ସିବିଆଇ ଟିମ ଏମ୍‌ସରେ ପହଞ୍ଚି ନିଯୁକ୍ତି ସମ୍ପର୍କିତ କାଗଜପତ୍ର ଯାଞ୍ଚ କରିବା ସହିତ ଭୁବନେଶ୍ଵରର ଅନ୍ୟ ୨ଟି ସ୍ଥାନରେ ଚଢ଼ାଉ କରିଛି। ଏହାବ୍ୟତୀତ ଜଗତସିଂହପୁରର ଏକ ସ୍ଥାନରେ ମଧ୍ୟ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଏମ୍‌ସର ବିଭିନ୍ନ ପଦବୀରେ ନିଯୁକ୍ତି କ୍ଷେତ୍ରରେ ଜାଲିଆତି ହୋଇଥିବା ନେଇ ଅଭିଯୋଗ ରହିଥିଲା। ଏହାର ତଦନ୍ତ ପାଇଁ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.