ପଶ୍ଚିମ ଓଡ଼ିଶାରେ ବଡ଼ ପାୱାର ଶୋ’ କରିବ ବିଜେଡି, ୧୮ରେ ବରଗଡରେ ବିରାଟ ଚାଷୀ ସମାବେଶ

youtube

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବିରୋଧରେ ବଢ଼ୁଛି ଚାଷୀଙ୍କ ଅସନ୍ତୋଷ । ପଞ୍ଜିକରଣ, କଟଣି ଛଟଣି, ,ସାରର ଅଭାବ ବିକ୍ରି ଭଳି ପ୍ରସଙ୍ଗ ଚାଷୀଙ୍କ ଚିନ୍ତା ବଢାଇଛି। ତେଣୁ ଚାଷୀଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତି ନେଇଛି ବିଜେଡି । ଆଜି ଶଙ୍ଖ ଭବନରେ ଚାଷୀଙ୍କ ସମସ୍ୟାକୁ ନେଇ ବିଜେଡି କୃଷକ ସାମୁଖ୍ୟର ବୈଠକ ବସିଥିଲା ।  ଆଗାମୀ ୧୮ରେ ବରଗଡରେ ବିରାଟ ଚାଷୀ ସମାବେଶ କରି ପଶ୍ଚିମଓଡିଶାରେ ନିଜର ଦବଦବା ଜାହିର କରିବାକୁ ଲକ୍ଷ୍ୟ ରଖିଛି ବିଜୁ ଜନତା ଦଳ ।

ପଶ୍ଚିମ ଓଡିଶାରେ ବଡ ପାୱାର ସୋ କରିବ ବିଜେଡି। ସାଧାରଣ ନିର୍ବାଚନ ପରେ ପଶ୍ଚିମ ଓଡ଼ିଶାର ବରଗଡରେ ବଡ ଚାଷୀ ସମାବେଶ କରିବାକୁ ଯାଉଛି ବିଜୁ ଜନତା ଦଳ। ଚାଷୀ ପଞ୍ଜିକରଣରେ ସମସ୍ୟା, ଧାନର କଟଣି ଛଟଣି, ସାରର ଅଭାବ ବିକ୍ରି ଭଳି ପ୍ରସଙ୍ଗକୁ ଧରି ଆସନ୍ତା ୧୮ରେ ବରଗଡ଼ରେ ଚାଷୀ ସମାବେଶ କରିବ। ଚାଷୀ ମାରଣ ନୀତି ବିରୋଧରେ ଜୋରଦାର ଢଙ୍ଗରେ ପ୍ରତିବାଦ କରିବ ବିଜେଡି।

ତା ପୂର୍ବରୁ ଆଜି ଶଙ୍ଖ ଭବନରେ ବିଜେଡି କୃଷକ ସାମୁଖ୍ୟର ବୈଠକରେ ଏଭଳି ନିଷ୍ପତି ନିଆଯାଇଛି। ବୈଠକରେ ବିଜେଡିର ବରିଷ୍ଠ ନେତା, ଜିଲ୍ଲା ସଭାପତି ଓ ବିଧାୟକ ଉପସ୍ଥିତ ଥିଲେ। ବିଜେଡି ସରକାରରେ ଚାଷୀ ପଞ୍ଜୀକରଣ ସରଳ ଥିଲା। ଏବେ ଜଟିଳ ହୋଇଯାଇଛି। ଚାଷୀ ନାକେଦମ ହେଉଛନ୍ତି । ଏହା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ରହିଛି ।  ଯେତେ କମ୍ ଚାଷୀ ପଞ୍ଜୀକୃତ ହେବେ ସେତେ କମ୍ ଚାଷୀଙ୍କୁ ଇନପୁଟ୍ ସହାୟତା ମିଳିବ। ଏମିତି ଅଭିସନ୍ଧି ରଖି ରାଜ୍ଯ ସରକାର ଏବେ ଚାଷୀ ପଞ୍ଜୀକରଣ ନୂଆ ନିୟମ କରିଥିବା ବିଜେଡି ଅଭିଯୋଗ କରିଛି ।

ନବୀନ ପଟ୍ଟନାୟକଙ୍କ ସରକାରରେ ଚାଷୀଙ୍କ ଆର୍ଥିକ ବିକାଶ ପାଇଁ କାଳିଆ ଠାରୁ ଆରମ୍ଭ କରି ବଳିଆ ପର୍ଯ୍ୟନ୍ତ ଅନେକ ଯୋଜନା ହୋଇଥିଲା। ରାଜ୍ୟରେ ବିଜେପି ସରକାର ଆସିବା ପରେ ଧାନ କିଣା ବେଳେ କଟନିଛଟନି ହେବନାହିଁ ବୋଲି କହିଥିଲେ। କିନ୍ତୁ ସାରା ରାଜ୍ୟରେ ମନଇଚ୍ଛା କଟନିଛଟନି ହୋଇଛି। ରାଜ୍ୟ ସରକାର ଚାଷୀଙ୍କୁ ଶୋଷଣ କରୁଛନ୍ତି ।

ଇନପୁଟ୍ ସବସିଡି ଦେଲେ କିନ୍ତୁ ମନଇଛା କଟନିଛଟନି କଲେ। ଗତ ବର୍ଷକ ମଧ୍ୟରେ ରାଜ୍ୟରେ କୃଷିର ଅବନତି ହୋଇଛି। କୃଷି କ୍ଷେତ୍ରରେ ବିକାଶ ହାର ୩.୮%କୁ ଖସି ଆସିଛି। କୃଷି କ୍ଷେତ୍ରରେ କେନ୍ଦ୍ର ଅନୁଦାନ ମଧ୍ୟ କମିଛି। ଏହାର ପ୍ରତିବାଦରେ ବିଜେଡି ପ୍ରଥମ ପର୍ଯ୍ୟାୟରେ ବରଗଡ଼ରେ ବିରାଟ ଚାଷୀ ସମାବେଶ କରିବ। ଆଗକୁ ଅନ୍ୟ ଜିଲ୍ଲାରେ ଚାଷୀଙ୍କ ସମସ୍ୟା ନେଇ ଆନ୍ଦୋଳନ କରିବ ବୋଲ ବିଜେଡି କହିଛି।

Leave A Reply

Your email address will not be published.