
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ଏକ ଘରୋଇ ହସ୍ପିଟାଲର ଜଣେ ନର୍ସଙ୍କ ମୃତଦେହ ମିଳିଛି । ତାଙ୍କର . ଡ୍ୟୁଟି ସମୟରେ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ତାଙ୍କର . ଡ୍ୟୁଟି ସମୟରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲରେ ଘଟିଛି ଏହି ଅଭାବନୀୟ ଘଟଣା । ହସ୍ପିଟାଲ ବାଥରୁମ୍ ଭିତରୁ ମିଳିଛି ମୃତଦେହ । ମୃତ ନର୍ସ ଗଞ୍ଜାମ ଜିଲାର ସୋନାଲି ରାଉତ ବୋଲି ଜଣା ପଡ଼ିଛି। ତେବେ ମୃତ୍ୟୁର ସଠିକ୍ କାରଣ ଜଣାଯାଇନାହିଁ । ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।