ଭୟଙ୍କର ପରିଣତି ଭୋଗିବ : ପାକିସ୍ତାନକୁ ଭାରତର ଚେତାବନୀ

add-all

ନୂଆଦିଲ୍ଲୀ : ପାକିସ୍ତାନ ପକ୍ଷରୁ ବାରମ୍ବାର ଭାରତ ବିରୋଧରେ ଯୁଦ୍ଧ ଧମକ ଦିଆଯାଉଥିବାରୁ ତାହାର କଡ଼ା ଜବାବ ଦେଇଛି ଭାରତ । ପାକିସ୍ତାନ ପକ୍ଷରୁ ଯେକୌଣସି ଦୁଃସାହସର ପରିଣତି ଅତ୍ୟନ୍ତ ଭୟାବହ ହେବ ବୋଲି ଭାରତ କହିଛି । 

ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ ପାକିସ୍ତାନୀ ନେତାମାନଙ୍କର ଅବାନ୍ତର ତଥା ଯୁଦ୍ଧ ଓ ଘୃଣା ସୃଷ୍ଟିକାରୀ ବୟାନ ଆମ ନଜରକୁ ଆସିଛି । ନିଜ ଦେଶର ଜନତାଙ୍କ ଧ୍ୟାନ ହଟାଇବାକୁ ଏହା ପାକିସ୍ତାନର ପୁରୁଣା ଓ ପ୍ରସିଦ୍ଧ ଉପାୟ ଅଟେ । କିନ୍ତୁ ପାକିସ୍ତାନ ପକ୍ଷରୁ ଯେକୌଣସି ଦୁଃସାହସର ପରିଣତି ଅତ୍ୟନ୍ତ ଭୟାବହ ହେବ ବୋଲି ସେ କହିଛନ୍ତି।

କିଛି ଦିନ ତଳେ ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନୀର କହିଥିଲେ ଯେ ଭାରତ ଯଦି ସିନ୍ଧୁନଦୀ ଉପରେ ବନ୍ଧ ନିର୍ମାଣ କରେ ତେବେ ପାକିସ୍ତାନ ସେଗୁଡ଼ିକୁ କ୍ଷେପଣାସ୍ତ୍ର ମାରି ଧ୍ବଂସ କରିଦେବ । ସେ ମଧ୍ୟ ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଇଥିଲେ । ତାଙ୍କ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ମଧ୍ୟ ଭାରତକୁ ଯୁଦ୍ଧ ଧମକ ଦେଇଥିଲେ । 

ad-week
Leave A Reply

Your email address will not be published.