
ଆନନ୍ଦପୁର : ଘସିପୁରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତ କୃଷ୍ଣପୁର ଗାଁରେ ଝାଡାବାନ୍ତି ଆତଙ୍କ । ଦୁଇ ଦିନରେ ୨୫ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ସ୍ଥାନୀୟ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ସମେତ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା । ଅଶୋଧିତ ପାଣି ଟାଙ୍କିରୁ ପାଣି ପିଇବା କାରଣ ଯୋଗୁଁ ଝାଡ଼ା ବାନ୍ତି ହେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି । ସେପଟେ ଝାଡାବାନ୍ତିର ପ୍ରକୃତ କାରଣ ଜଣାପଡୁ ନଥିବାରୁ ଆକ୍ରାନ୍ତଙ୍କ ସଂଖ୍ଯା ବୃଦ୍ଧି ପାଉଛି । ଫଳରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଗାଁକୁ ସ୍ବତନ୍ତ୍ର ଡାକ୍ତରୀ ଦଳ ପଠାଇ ପାଣିର ମାନ ଯାଞ୍ଚ ସହ ଝଡାବାନ୍ତିର ପ୍ରକୃତ କାରଣ ଖୋଜିବାକୁ ଗ୍ରାମବାସୀ ପ୍ରଶାସନ ଠାରେ ନିବେଦନ କରିଛନ୍ତି ।