ଇଲେକ୍ଟ୍ରୋନିକ୍ସ ଷ୍ଟୋରରେ ଅଗ୍ନିକାଣ୍ଡ, ୩ ମୃତ, ଜଣେ ଆହତ

youtube

ଦିଲ୍ଳୀ : ପଶ୍ଚିମ ଦିଲ୍ଲୀର ରାଜା ବଗିଚାରେ ଥିବା ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି । ଏହି ଘଟଣା ପ୍ରାୟ ଗତକାଲି ଅପରାହ୍ଣରେ ଘଟିଥିବା ସୂଚନା ମିଳିଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ସୂଚନାନୁଯାୟୀ, ରାଜା ଗାର୍ଡେନ୍ ରିଙ୍ଗ ରୋଡରେ ଥିବା ମହାଜନ ଇଲେକ୍ଟ୍ରୋନିକ୍ସ ଦୋକାନରେ ଘଟଣାଟି ଘଟିଥିଲା । ଫଳରେ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ଗାଡ଼ିଗୁଡ଼ିକ ପହଞ୍ଚି ତଳ ମହଲା ଏବଂ ପ୍ରଥମ ମହଲାରେ ନିଆଁକୁ ନିୟନ୍ତ୍ରଣ କରିଥିଲେ । ଅଗ୍ନିକାଣ୍ଡ ଘଟିବାରୁ ତୃତୀୟ ମହଲାର ଶୋ’ରୁମରେ କାମ କରୁଥିବା ଚାରି ଜଣ ଲୋକ ଧୂଆଁରେ ଫସି ଯାଇଥିଲେ । ଅଗ୍ନିଶମ ବାହିନୀ ୪ ଜଣଙ୍କୁ ଉଦ୍ଧାର କରିବା ମାତ୍ରେ ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା  । ସେମାନଙ୍କ ମଧ୍ୟରେ ୨ଜଣ ଝିଅ ଥିବାବେଳେ ଜଣେ ପୁଅ ରହିଛନ୍ତି ।

ନିକଟରେ ଦିଲ୍ଲୀର ଆନନ୍ଦ ବିହାର ଅଞ୍ଚଳର କସମସ୍ ହସ୍ପିଟାଲରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୧ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଆଠ ଜଣ ରୋଗୀଙ୍କୁ ନିକଟସ୍ଥ ପୁଷ୍ପାଞ୍ଜଳି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.