ସ୍କୁଲ ପରେ ମୁମ୍ବାଇର ଇସ୍କନ୍ ମନ୍ଦିରକୁ ଟାର୍ଗେଟ୍, ମେଲ୍ ଆଇଡିକୁ ଆସିଲା ବୋମା ଧମକ

youtube

ମୁମ୍ବାଇ: ଦିଲ୍ଲୀ ସ୍କୁଲ ପରେ ମୁମ୍ବାଇର ଧାର୍ମିକ ପୀଠ ଇସ୍କନ ମନ୍ଦିରକୁ ମିଳିଲା ବୋମା ଧମକ । ଏପରି ଖବର ମିଳିବା ପରେ ଗିରଗାଓଁରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡିଛି । ଯାହା ସିଧାସଳଖ ଭାବେ ମନ୍ଦିରର ସରକାରୀ ମେଲ୍ ଆଇଡିକୁ ଧମକ ପଠାଯାଇଥିଲା । ଯାହା ପରେ ମନ୍ଦିରର ପ୍ରଶାସନ ତୁରନ୍ତ ପୋଲିସ ଏବଂ ବମ୍ ସ୍କ୍ବାର୍ଡକୁ ଏ ସମ୍ପ ର୍କରେ ସୂଚନା ଦେଇଥିଲା ।

ସୂଚନାନୁଯାୟୀ, ମନ୍ଦିରର ମେଲ୍ ଆଇଡକୁ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା । ଯାହା ସମସ୍ତଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଏବଂ ବମ୍ ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ । ଏହା ପରେ ବୋମା ଚିହ୍ନଟ ଏବଂ ନିଷ୍କ୍ରିୟକାରୀ ଦଳ ଏକ ତଲାସି ଅଭିଯାନ ଆରମ୍ଭ କରିଥିଲେ । କିନ୍ତୁ ମନ୍ଦିର ଆଖପାଖ ଅଞ୍ଚଳରେ କୌଣସି ବି ସ୍ଥାନରେ ସନ୍ଦେହଜନକ ବସ୍ତୁ ମିଳି ନଥିଲା । ଯାହା ଏକ ଆଶ୍ବସ୍ତର ବିଷୟ । ଇସ୍କନରେ ଅଧିକ ସଂଖ୍ୟାର ଭକ୍ତଙ୍କ ଭିନ ହେଉଥିବାରୁ ଏପରି ଧମକପୂର୍ଣ୍ଣ ମେଲ୍ ପାଇଁ ସତର୍କତାର ସୁରକ୍ଷା ବୃଦ୍ଧି କରାଯାଇଥିଲା । ଏହି ମାମଲାର ତଦନ୍ତ ପାଇଁ ଗାମଦେବୀ ପୋଲିସ ଷ୍ଟେସନରେ ଦାଖଲ କରାଯାଇଛି । ଏହା ବ୍ୟତୀତ ଏହି ଧମକପୂର୍ଣ୍ଣ ମେଲ୍ ଦେଇଥିବା ବ୍ୟକ୍ତିଙ୍କୁ ସାଇବର ସେଲ୍ ସହାୟତାରେ ଖୋଜିବା ପାଇଁ ପ୍ରୟାସ କରାଯାଉଛି ।

ଅନ୍ୟପଟେ ପୋଲିସ କହିଛନ୍ତି ଯେ, ଏପର୍ଯ୍ୟନ୍ତ ତଦନ୍ତରେ କୌଣସି ଠୋସ୍ ପ୍ରମାଣ ମିଳିପାରିନାହିଁ । କିନ୍ତୁ ବର୍ତ୍ତମାନ ମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି । ଏହା ସହିତ ଏପରି ଖବରରେ ଭୟଭୀତ ନହେବା ସହ ଏପରି କୌଣସି ସନ୍ଦିଗ୍ଧ ଗତିବିଦି ଦେଖିଲେ ପୋଲିସକୁ ସୂଚନା ଦେବାକୁ ଅପିଲ୍ କରିଛି ।

Leave A Reply

Your email address will not be published.