କଟକ ପରେ ଭୁବନେଶ୍ୱର ପାଇଁ ଆସିଲା ଗଣେଶ ପୂଜା ଗାଇଡଲାଇନ୍

youtube

ଭୁବନେଶ୍ୱର: ରାତି ପାହିଲେ ଗଣେଶ ପୂଜା । ଏନେଇ ପୂଜା କମିଟି ଗୁଡିକ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଅବସରରେ କଣ କରିହେବ କଣ ନାହିଁ ସେନେଇ ପୂର୍ବରୁ ସିଲଭର ସିଟି କଟକ ପାଇଁ ଗାଇଡଲାଇନ ଜାରି ହୋଇଥିବାବେଳେ, ଏବେ ରାଜଧାନୀ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି ହୋଇଛି ।

ତେବେ ଗାଇଡ଼ଲାଇନ୍ ଅନୁସାରେ, ଚଳିତ ବର୍ଷ ଗଣେଶ ପୂଜା ସମୟରେ ପ୍ରତି ପୂଜା ସ୍ଥଳରେ ସିସିଟିଭି ବାଧ୍ୟତାମୂଳକ ରହିବ । ଡିଜେ ଉପରେ ନିଷେଧ ରହିଛି । ଅଳ୍ପ ସାଉଣ୍ଡ ଦେଇ ଭକ୍ତି ଗୀତ ବଜାଇବାକୁ ଅନୁମତି ରହିଛି । ରାସ୍ତା ଉପରେ ବଡ଼ ବଡ଼ ତୋରଣ ତିଆରି ନ କରିବାକୁ ନିର୍ଦ୍ଦେଶ ରହିଛି । ରାତି ୧୦ଟା ପରେ ହୋଇପାରିବନି ମେଲୋଡ଼ି । ଭସାଣି ଉତ୍ସବ ବେଳେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି ।

ସେହିପରି ବେଆଇନ ଭାବେ ଦାଦାବଟି କିମ୍ବା ଦାନ୍ଦା ମାଗିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଗଣେଶ ପୂଜାରେ ଭିଡ ନିୟନ୍ତ୍ରଣ ପାଇଁ ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ । ସମ୍ପୂର୍ଣ୍ଣ ନିଶାମୁକ୍ତ ହେବ ପୂଜା ମଣ୍ଡପ । ରାତିରେ ପୋଲିସ ପକ୍ଷରୁ ପାଟ୍ରେଲିଂ କରାଯିବ । ନିଶାଡିଙ୍କୁ ଧରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ।

Leave A Reply

Your email address will not be published.