ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଛାତରୁ ଡେଇଁ ମାନସିକ ଅନଗ୍ରସର ଥିବା ରୋଗୀ ମୃତ

add-all

ସୁନ୍ଦରଗଡ଼: ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ। ୩ ମହଲା ଛାତରୁ ଡେଇଁ ଜୀବନ ହାରିଲେ ଯୁବକ। ମୃତକ ମାନସିକ ଅନଗ୍ରସର ଥିବା ସୂଚନା ରହିଛି। ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଯୁବକ।

ସୂଚନା ଅନୁସାରେ ଗତ ରବିବାର ଅପସ୍ମାର ରୋଗରେ ପୀଡ଼ିତ ହୋଇ ଭର୍ତ୍ତି ହୋଇଥିଲେ ଯୁବକ। ଆଜି ସେ ଡାକ୍ତରଖାନାରୁ ଘରକୁ ଆସିଥାନ୍ତେ। କିନ୍ତୁ ସକାଳୁ ସେ ତା ମାଆକୁ ଘରକୁ ଯିବା ଯିବା ବୋଲି କହୁଥିଲେ। ଘରକୁ ନେଉନାହୁଁ କହି ଶଯ୍ଯାରୁ ଉଠି ଝରକା ଖୋଲି ଛାତକୁ ପଳେଇ ଯାଇଥିଲେ। ପଛରୁ ମାଆ ଯାଉଥିବା ବେଳେ ଯୁବକ ଭାରସାମ୍ୟ ହରାଇ ଛାତରୁ ପଡ଼ିଯାଇଥିଲେ। ଭାଗ୍ୟବଶତଃ ତଳକୁ ନପଡ଼ି ଛାତରେ ଅଧ ଘଣ୍ଟା ଯାଏଁ ଲଟକି ବଞ୍ଚାଇବା ପାଇଁ ପାଟି କରିଥିଲେ। ତାଙ୍କ ମାଆ ଏକୁଟିଆ ନିରୁପାୟ ହୋଇ କୌଣସି ଚିନ୍ତା କରି ପାରିନଥିଲେ।

ଅନ୍ୟପଟେ କିଛି ଲୋକ ଦେଖଣାହାରୀ ସାଜିଥିଲେ। କିନ୍ତୁ ମେଡିକାଲର କୌଣସି କର୍ମଚାରୀ କି ଅଧିକାରୀ ପହଞ୍ଚି ନଥିଲେ। ସମୟ ଥିଲା ଚେଷ୍ଟା କରିଥିଲେ ବଞ୍ଚାଇ ପାରିଥାନ୍ତେ କିନ୍ତୁ କେହି ଚେଷ୍ଟା ମଧ୍ୟ କଲେ ନାହିଁ। ଶେଷରେ ହାତ ଖସି ଯାଇଥିଲା ଓ ସିଧା ତଳକୁ ଖସି ପଡ଼ି ତାଙ୍କ ମୃତ୍ୟୁ ହୋଇଥିଲା ବୋଲି କହିଛନ୍ତି ମାଆ ଇଲିସାବା ସୋରେଙ୍ଗ। ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ।

ad-week
Leave A Reply

Your email address will not be published.