ପ୍ରବଳ ବର୍ଷା ଲାଗି ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ

add-all

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ପୂର୍ବରୁ ମନ୍ଦିରକୁ ଯିବା ପାଇଁ ବ୍ୟବହାର ହେଉଥିବା ବ୍ୟାଟେରୀ କାର ଏବଂ ହେଲିକପ୍ଟର ସେବା ବନ୍ଦ କରାଯାଇଥିଲା କିନ୍ତୁ ସାଧାରଣ ମାର୍ଗ ଦେଇ ଯାତ୍ରା ଜାରି ରହିଥିଲା। ଯାହାକୁ ବର୍ତ୍ତମାନ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି।

ଏଥିସହିତ ଭାରତୀୟ ପାଣିପାଗ ବିଭାଗ ଏହି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ମଧ୍ୟ ଜାରି କରିଛି। ତେବେ ଲଗାତାର ତିନି ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟାତ ବନ୍ଦ ରହିଥିବା ନେଇ ଅଧିକାରୀ ମାନେ ସୂଚନା ଦେଇଛନ୍ତି। ଏଥିସହିତ ପ୍ରାୟ ସମସ୍ତ ନଦୀ ଏବଂ ଝରଣା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ସହରର ଅନେକ ତଳିଆ ଅଞ୍ଚଳ ଏବଂ ରାସ୍ତା ବୁଡ଼ି ଯାଇଛି।

ad-week
Leave A Reply

Your email address will not be published.