
ମିନିଆନାପୋଲିସ : ଆମେରିକାର ମିନିଆନାପୋଲିସ ସ୍ଥିତ ଏକ ସ୍କୁଲରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଏକ ବଡ଼ ଖୁଲାସା କରିଛି ଏଫବିଆଇ । ଏଫବିଆଇ କହିଛି ଯେ ଗୁଳିକାଣ୍ଡ କରିଥିବା ବ୍ୟକ୍ତି ରବିନ ଓ୍ବେଷ୍ଟମ୍ୟାନ ଧାର୍ମିକ ଘୃଣା ଓ ଆତଙ୍କବାଦୀ ଚିନ୍ତାଧାରା ଦ୍ବାରା ଗଭୀରଭାବେ ପ୍ରଭାବିତ ଥିଲା । ଏପରିକି ସେ ଚାହୁଁଥିଲା ଯେ ଭାରତ ଉପରେ ପରମାଣୁ ବୋମା ପକାଯିବା ଉଚିତ୍ ।
ଆକ୍ରମଣକାରୀ ରବିନ ଏହି ଗୁଳିକାଣ୍ଡ କରିବା ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଥିଲା। ସେ ଜଣେ ଯୁବକ ହୋଇଥିଲେ ବି ନିଜକୁ କିନ୍ନର ବୋଲି ପରିଚୟ ଦେଉଥିଲା। ତା ନିକଟରେ ଏକାଧିକ ବନ୍ଧୁକ ଓ ମାଗାଜିନ ଥିଲା । ସେଗୁଡ଼ିକ ଉପରେ ବିଭିନ୍ନ ପ୍ରକାରର କଠୋରପନ୍ଥୀ ଓ ଘୃଣାସୃଷ୍ଟିକାରୀ ବାର୍ତ୍ତା ଲେଖାଥିଲା ।
ଗୋଟିଏ ବନ୍ଧୁକରେ ଲେଖାଥିଲା ‘ଟ୍ରମ୍ପଙ୍କୁ ତୁରନ୍ତ ମାରିଦିଅ’ । ସେହିପରି ଆଉ ଏକ ସ୍ଥାନରେ ଲେଖାଥିଲା, “ଭାରତ ଉପରେ ପରମାଣୁ ବମା ପକାଅ”, “ ଇସ୍ରାଏଲର ପତନ ହେବ, ଆମେ ଫିନିକ୍ସ ପୁଣି ଥରେ ଉପରକୁ ଉଠିବୁ” । ଆଉ ଏକ ମାଗାଜିନରେ ଲେଖାଥିଲା,” ଏହା ପିଲାମାନଙ୍କ ପାଇଁ “।
ସୂଚନାଯୋଗ୍ୟ ଯେ ଗତକାଲି ସ୍କୁଲରେ ପିଲାମାନେ ପ୍ରାର୍ଥନା କରୁଥିବାବେଳେ ଏହି ବ୍ୟକ୍ତି ପିଲାମାନଙ୍କ ଉପରେ ଗୁଳିଚଳାଇଥିଲା । ଏଥିରେ ୨ ଜଣ ସ୍କୁଲ ପିଲା ମୃତ୍ୟୁବରଣ କରିଥିବାବଳେ ସେ ନିଜେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିଲା ।