ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ, ଚେକିଂ କଡାକଡି

youtube

ପାଟନା : ବିହାରରେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀ ନେପାଳ ସୀମା ଦେଇ ମୋତିହାରୀ ଜିଲ୍ଲାକୁ ପଶିଥିବା ସୂଚନା ମିଳିବା ପରେ ସୀମାନ୍ତ ଅଞ୍ଚଳରେ ପୁଲିସର କଡାକଡି ଚେକିଂ ଚାଲିଛି । ଗୁଇନ୍ଦା ସଂସ୍ଥାର ସୁଚନା ପରେ ପୋଲିସ ହାଇଆଲର୍ଟରେ ରହିଥିବା ସହ ଗାଡିମୋଟର ଯାଞ୍ଚ ଚାଲିଛି । ଏହା ସହ ସନ୍ଦିଗ୍ଧ ବାବଦରେ ଜଣାଇବାକୁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା ମଧ୍ୟ କରାଯାଇଛି । ୩ ଆତଙ୍କୀଙ୍କ ନାମ ସହ ଫଟୋ ଜାରି କରିଛି ପୁଲିସ । ୩ ଆତଙ୍କୀ ରାୱଲପିଣ୍ଡି, ଉମରକୋଟ ଓ ବାହାୱଲପୁରର ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.