ମୋଦୀ-ପୁଟିନ୍‍ ଦ୍ୱିପାକ୍ଷିକ ଆଲୋଚନା: ଭାରତ ସହ ରାଜନୀତି ନୁହେଁ ବରଂ ବିଶ୍ୱାସର ସମ୍ପର୍କ କହିଲେ ପୁଟିନ୍‍

youtube

ସାଙ୍ଘାଇ ସମନ୍ୱୟ ସଂଗଠନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।  ଭାରତ ଏବଂ ରୁଷ ମଧ୍ୟରେ ସମ୍ପର୍କରେ ସବୁଠାରୁ ବଡ ସମସ୍ୟା ଯଦି କୌଣସି ଦେଶକୁ ହୋଇଥାଏ  ତାହା ହେଉଛି ଆମେରିକା । ଏହି ସମୟରେ ପରିସ୍ଥିତି ଏପରି ହୋଇଛି ଯେ ଚୀନ୍‍ , ଭାରତ ଓ ରୁଷ ମିଳିତ ଭାବରେ ସାରା ବିଶ୍ୱରେ ଖବରର ଶିର୍ଷରେ ରହିଛନ୍ତି । ଚୀନରେ ଏସ୍‍ସିଓ ବୈଠକ ପରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା, ଯେଉଁଥିରେ ଉଭୟ ଦେଶ ପରସ୍ପର ସହିତ ଐତିହାସିକ ସମ୍ପର୍କକୁ ଉଲ୍ଲେଖ କରି କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ବହୁମୁଖୀ ସହଯୋଗ ରହିଛି । ସେମାନେ ଏହାକୁ ଆହୁରି ମଜବୁତ କରିବାକୁ ଚାହୁଁଛନ୍ତି । ପୁଟିନ୍‍ ଏହି ଆଲୋଚନାରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି ଯେ ଭାରତ ସହ ରାଜନୈତିକ ନୁହେଁ ବିଶ୍ୱାସର ସମ୍ପର୍କ ରହିଛି ।

Leave A Reply

Your email address will not be published.