ରୁଷକୁ ଟ୍ରମ୍ପଙ୍କ ଧମକ, ଯୁଦ୍ଧ ବନ୍ଦ ନ କଲେ ଲାଗିବ ଅଧିକ ଟାରିଫ

youtube

ରୁଷକୁ ଟ୍ରମ୍ପଙ୍କ ଧମକ । ତୁରନ୍ତ ୟୁକ୍ରେନ ଯୁଦ୍ଧ ବନ୍ଦ ନ କଲେ ଅଧିକ ଟାରିଫ ଲଗାଇବାକୁ ଆମେରିକାର ଚେତାବନୀ ।  ଆମେରିକା ଟ୍ରେଜେରି ସେକ୍ରେଟାରି ସ୍କଟ ବେସେଣ୍ଟ ଏହି ସୂଚନା ଦେଇଛନ୍ତି । କହିଛନ୍ତି ୟୁକ୍ରେନରେ ଚାଲିଥିବା ସାମରିକ କାର୍ଯ୍ୟକଳାପ ପାଇଁ ରୁଷ ଉପରେ ଅଧିକ ପ୍ରତିବନ୍ଧ ଲଗାଇବାକୁ “ସମସ୍ତ ବିକଳ୍ପ ଟେବୁଲ୍  ଉପରେ ରହିଛି ।  ଏହି ବିବୃତ୍ତି ଡୋନାଲ୍ଡ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଆଲାସ୍କା ଶିଖର ସମ୍ମେଳନୀ  ଓ ପରେ ହ୍ୱାଇଟ୍  ହାଉସ୍ ରେ ଯୁରୋପୀୟ ନେତା ଏବଂ ୟୁକ୍ରେନ୍ ର ରାଷ୍ଟ୍ରପତି ଜେଲେନସ୍କି ସହିତ ହୋଇଥିବା ଆଲୋଚନା ପରେ ଆସିଛି ।

ବେସେଣ୍ଟ କହିଛନ୍ତି ପୁଟିନ୍  ଶାନ୍ତିର ପଥ ଅନୁସରଣ କରିବାରୁ ବିପରୀତ କାମ କରିଛନ୍ତି । ୟୁକ୍ରେନରେ ରୁଷୁର ଆକ୍ରମଣ ଜାରି ରହିଛି । ଟ୍ରମ୍ପ ପ୍ରଶାସନ ଆସନ୍ତା ସପ୍ତାହରେ ପ୍ରତିବନ୍ଧ ଲଗାଇବାକୁ ଚିନ୍ତା କରିବ ବୋଲି ବେସେଣ୍ଟ କହିଛନ୍ତି । ଗତକାଲି ଟାରିଫ ନେଇ ଭାରତକୁ ପୁଣି ଟାର୍ଗେଟ କରିଥିଲେ ଟ୍ରମ୍ପ । ଭାରତ ସହ ବାଣିଜ୍ୟ ଏକପାଖିଆ ବିପର୍ଯ୍ୟୟ ବୋଲି କହିଥିଲେ ।  ସାଙ୍ଘାଇ ସହଯୋଗ ସଂଗଠନ ବୈଠକରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ ପରେ ଅସନ୍ତୋଷ ଝାଡିଥିଲେ  ଆମେରିକା ରାଷ୍ଟ୍ରପତି ।

Leave A Reply

Your email address will not be published.