ଜଳପ୍ରପାତରୁ ମିଳିଲା ୟୁଟ୍ୟୁବରଙ୍କ ମୁଣ୍ଡ ବିହୀନ ମୃତଦେହ

youtube

ଲମତାପୁଟ: ଡୁଡୁମା ଜଳପ୍ରପାତରେ ୟୁଟ୍ୟୁବରଙ୍କ ମିଳିଲା ମୃତଦେହ । ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରୁ ୩ କି.ମି. ଦୂରରେ ମିଳିଲା ମୁଣ୍ଡ ବିହୀନ ମୃତଦେହ ।  ଗତ ୨୩ ତାରିଖରେ ସାଙ୍ଗ ସହ ଜଳପ୍ରପାତରେ ଭିଡିଓ ସୁଟିଂ କରୁଥିବା ସମୟରେ ଅଚାନକ ପାଣି ମାଡି ଆସିଥିଲା । ଆଉ ସେହି ପାଣିର ପ୍ରଖର ସ୍ରୋତରେ ଯୁବକ ଜଣକ ଭାସି ଯାଇଥିଲେ ।

କୁହାଯାଉଛି ଯେହେତୁ ସେ ଦୀର୍ଘ ୧୦ ଦିନ ଧରି ପାଣି ଭିତରେ ଥିଲେ ତେଣୁ ତାଙ୍କ ମୁଣ୍ଡକୁ କେହି ଜଳଚରପ୍ରାଣୀ ଖାଇଦେଇଥାଇପାରନ୍ତି । ଏହାସହ ତାଙ୍କ ଶରୀର ମଧ୍ୟ ପୁରା ଫୁଲି ଯାଇଛି । ମୃତ ଶରୀର ପାଖରୁ ଏକ ମୋବାଇଲ୍ ମଧ୍ୟ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.