
ଭୁବନେଶ୍ୱର : ସ୍କୁଲ୍ରେ ଅଙ୍ଗନବାଡି ସାମିଲ ନେଇ ଗୁରୁବାର ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଶିଶୁ ବାଟିକା ୩କୁ ସ୍କୁଲରେ ସାମିଲ କରାଯାଇଛି। ଏବେ ମଧ୍ୟ ଶିଶୁ ବାଟିକା ୧ ଓ ୨ ଅଙ୍ଗନବାଡି କେନ୍ଦ୍ରରେ ଅଛି । ବର୍ତ୍ତମାନ ସବୁ ଅଙ୍ଗନବାଡି ବନ୍ଦ କରି ସ୍କୁଲ୍ରେ ସାମିଲ ସମ୍ଭବ ନୁହେଁ । ୫ ବର୍ଷ ପରେ ପିଲା ଶିଶୁ ବାଟିକା ୩ରେ ନାମ ଲେଖାଇବେ । ୪୫ ହଜାର ସ୍କୁଲ୍ରେ ଶିଶୁ ବାଟିକା ୩ ଖୋଲାଯାଇଛି । ପରବର୍ତ୍ତୀ ମୁହୂର୍ତ୍ତରେ ନିର୍ଦ୍ଦେଶ ଆସିଲେ ଶିଶୁ ବାଟିକା ୧ ଓ ୨ ସାମିଲ ହେବ।