ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ଡିନର ପାର୍ଟି, ସାମିଲ ହେଲେ ୫ ଭାରତୀୟ

youtube

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ଡିନର ପାର୍ଟିର ଆୟୋଜନ କରିଥିଲେ । ଯେଉଁ ପାର୍ଟିରେ ବଡ଼ ବଡ଼ ଟେକ୍ନୋଲୋଜି ଲିଡର୍ସମାନେ ସାମିଲ ହୋଇଥିଲେ । ବିଶେଷ କଥା ହେଉଛି ଯେ, ଆୟୋଜନ ହୋଇଥିବା ଏହି ପାର୍ଟିରେ ସୁନ୍ଦର ପିଚାଇ, ସତ୍ୟ ନାଡେଲା, ସଞ୍ଜୟ ମଲହୋତ୍ରା, ବିବେକ ରଣଦୀବେ ଏବଂ ଶ୍ୟାମଶଙ୍କରଙ୍କ ଭଳି ବଡ଼ ବଡ଼ ନେତା ସାମିଲ ହୋଇଥିଲେ । ଯାହାର ନେତୃତ୍ବ ପ୍ରଥମ ମହିଳା ମେଲାନିୟା ଟ୍ରମ୍ପ ନେଇଥିଲେ । ତେବେ ଆସନ୍ତୁ ଜାଣିବା ଏହି ଭାରତୀୟମାନେ କିଏ ଏବଂ କ’ଣ କରନ୍ତି ।

ସୁନ୍ଦର ପିଚାଇ : ମିଡିଲ କ୍ଲାସ ଫ୍ୟାମିଲିରେ ଜନ୍ମ ହୋଇଥିବା ସୁନ୍ଦର ପିଚାଇ ହେଉଛନ୍ତି ଗୁଗଲର ସିଇଓ । ଯିଏକି ପ୍ରଥମେ ୨୦୦୪ ମସିହାରେ ଗୁଗଲରେ ସାମିଲ ହୋଇଥିଲେ । ୧୦ ଅଗଷ୍ଟ ୨୦୧୫ ମସିହାରେ ଗୁଗଲରେ ସିଇଓ ହୋଇଥିଲେ ।

ସତ୍ୟ ନାଡୋଲା : ସତ୍ୟ ନାଡେଲା ମାଇକ୍ରୋସଫ୍ଟର ସିଇଓ ଭାବେ ପରିଚିତ । ଯିଏ କି ହାଇଦ୍ରାବାଦରେ ଜନ୍ମ ହୋଇଥିଲେ । କ୍ଲାଉଡ ଗୁରୁ ଭାବେ ମଧ୍ୟ ସେ ଖୁବ୍ ଜଣାଶୁଣା । ସତ୍ୟ ନାଡେଲା ମାଇକ୍ରୋସଫ୍ଟର ସିଇଓ ହେବା ପୂର୍ବରୁ ମାଇକ୍ରୋସଫ୍ଟର କ୍ଲାଉଡ୍ ଏବଂ ଏଣ୍ଟରପ୍ରାଇଜ୍ ଗ୍ରୁପର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଥିଲେ ।

ସଞ୍ଜୟ ମଲହୋତ୍ରା :  ସେ ଜଣେ ମାଇକ୍ରୋନ୍ ଟେକ୍ନୋଲୋଜି ଇନକର୍ପୋରେଟେଡ୍ର ସିଇଓ ଭାବେ ଜଣାଶୁଣା । BITS ପିଲାନିରୁ ତାଙ୍କର ପାଠପଢ଼ା ସମାପ୍ତ  ହେବା ପରେ ବର୍କଲିର କାଲିଫର୍ନିଆ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ । ପରେ ସେଠାରେ ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଏବଂ କମ୍ପ୍ୟୁଟର ସାଇନ୍ସରେ ଗ୍ରାଜୁଏସନ ଏବଂ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।

ବିବେକ ରଣଦୀବେ : ସେ ମାତ୍ର ୧୬ ବର୍ଷ ବୟସରେ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MIT) କୁ ନିମନ୍ତ୍ରିତ ହୋଇଥିଲେ । ଏହା ସହିତ ସେଠାରେ ଥିବା ତାଙ୍କର ପ୍ରଥମ କମ୍ପାନୀ UNIX କନସଲ୍ଟିଂ କମ୍ପାନୀ ଆରମ୍ଭ କରିଥିଲେ ।  ଏହା ବ୍ୟତୀତ  MITରୁ ଗ୍ରାଜୁଏସନ୍ ଏବଂ ସ୍ନାତ୍ତକୋତ୍ତର ଡିଗ୍ରୀ ହାସଲ କରିବା ପରେ MBA ମଧ୍ୟ ସେ କରିଥିଲେ । ଯାହା ପରେ ସେ ବିଲିୟନ ଡଲାରର TIBCOକମ୍ପାନୀ ଆରମ୍ଭ କରିଥିଲେ । ଏତିକି ନୁହେଁ ବରଂ ୨୦୧୦ ମସିହାରେ ସେ କେବଳ ଫ୍ରାଞ୍ଚାଇଜ୍‌ର ଉପାଧ୍ୟକ୍ଷ ହୋଇନଥିଲେ ବରଂ ଏକ NBA ଦଳର ସହ-ମାଲିକ ହୋଇଥିଲେ ।

ଶ୍ୟାମ ଶଙ୍କର : ଶ୍ୟାମ ଶଙ୍କର ମଧ୍ୟ ଟ୍ରମ୍ପଙ୍କ ଡିନର ପାର୍ଟିରେ ସାମିଲ ହୋଇଥିଲେ । ଯିଏକି ପାଲାଣ୍ଟିର ଟେକ୍ନୋଲୋଜିର ମୁଖ୍ୟ ପ୍ରଦ୍ୟୋତିକ ଅଧିକାରୀ (CTO) । ତାଙ୍କୁ “ବ୍ୟୁରୋକ୍ରାସି ବଷ୍ଟର” ମଧ୍ୟ କୁହାଯାଏ । କାହିଁକିନା ସେ ୨୦ ବର୍ଷ ଧରି ସରକାରୀ ଏବଂ ଘରୋଇ କମ୍ପାନୀଗୁଡ଼ିକ ପାଇଁ ସଫ୍ଟୱେର୍ ଏବଂ AI ସମାଧାନ ସୃଷ୍ଟି କରୁଛନ୍ତି । ଯାହା ପୁରୁଣା ଅସୁବିଧାକୁ ଦୂର କରିବା ସହିତ କାମକୁ ସହଜ ଏବଂ ଦ୍ରୁତ କରିଥାଏ । ସେ ମଧ୍ୟ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଏବଂ କମ୍ପ୍ୟୁଟର ସାଇନ୍ସରେ ଗ୍ରାଜୁଏସନ ଏବଂ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।

Leave A Reply

Your email address will not be published.