ହିମାଚଳ ବନ୍ୟାଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ; ବିପନ୍ନଙ୍କୁ ୧୫୦୦ କୋଟି ଟଙ୍କା ସହାୟତା ଘୋଷଣା

add-all

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶ ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରରୁ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି । ହିମାଚଳ ପ୍ରଦେଶର ମଣ୍ଡି ଏବଂ କୁଲୁର ବିପର୍ଯ୍ୟୟରେ ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରେ ସର୍ଭେ କରିଛନ୍ତି । ପ୍ରଧାନମନ୍ତ୍ରୀ ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ ୧୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ମୋଦି ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ ହିମାଚଳ ପ୍ରଦେଶରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଆକାଶ ମାର୍ଗରୁ ସର୍ଭେ କଲି । ଏହି କଷ୍ଟକର ସମୟରେ ଆମେ ଲୋକଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛୁ ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା ଜାରି ରଖିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରାଯାଉଛି ।’

ହିମାଚଳ ପ୍ରଦେଶକୁ ୧୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ସହିତ, କେନ୍ଦ୍ର ସରକାରଙ୍କ SDRF ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ଦ୍ୱିତୀୟ କିସ୍ତି ମଧ୍ୟ ଆଗୁଆ ଜାରି କରାଯିବ । ଏହାସହ ହିମାଚଳ ପ୍ରଦେଶରେ ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପୁନଃନିର୍ମାଣ କରାଯିବ । ଜାତୀୟ ରାଜପଥ ମରାମତି କରାଯିବ, ସ୍କୁଲଗୁଡ଼ିକ ପୁନଃନିର୍ମାଣ କରାଯିବ । ଏହା ସହିତ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି ଅଧୀନରେ ମଧ୍ୟ ସାହାଯ୍ୟ ମିଳିବ । ପଶୁପାଳନ ପାଇଁ ମିନି କିଟ୍ ମଧ୍ୟ ପ୍ରଦାନ କରାଯିବ ବୋଲି ସୂଚନା ରହିଛି । ସେହିପରି ମୃତକଙ୍କୁ ୨-୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶରେ ଜୁନ୍ ୨୦ ରୁ ସେପ୍ଟେମ୍ବର ୮ ମଧ୍ୟରେ ବାଦଲ ଫଟା ବର୍ଷା, ଆକସ୍ମିକ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ୪,୧୨୨ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି ।

ad-week
Leave A Reply

Your email address will not be published.