ଭେଜାହାଣ୍ଡି ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ଝାଡ଼ାବାନ୍ତି, ୧୩ ଛାତ୍ରୀ ଅସୁସ୍ଥ

add-all

ଜୟପୁର: କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ଭେଜାହାଣ୍ଡି ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ଝାଡ଼ାବାନ୍ତି ଦେଖାଦେଇଛି। ଫଳରେ ଛାତ୍ରୀ ନିବାସରେ ରହୁଥିବା ୧୩ ଛାତ୍ରୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଛାତ୍ରୀମାନଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। କିଛିଦିନ ତଳେ ବି ଛାତ୍ରୀମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପୁନର୍ବାର ସମାନ ଘଟଣା ଘଟିଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି। କ’ଣ ପାଇଁ ବାରମ୍ବାର ଝାଡ଼ାବାନ୍ତି ଦେଖାଦେଉଛି ତାହା ଜାଣିବା ଲାଗି ସ୍ଵାସ୍ଥ୍ୟ ଅଧିକାରୀଙ୍କ ଦ୍ଵାରା ଜଳର ଗୁଣବତ୍ତା ଏବଂ ସ୍କୁଲ ପକ୍ଷରୁ ଯୋଗାଇ ଦିଆଯାଉଥିବା ଖାଦ୍ୟର ମାନ ପରୀକ୍ଷା କରାଯାଉଛି।

ad-week
Leave A Reply

Your email address will not be published.