ଘରେ ପଶି ଗନ୍ ପଏଣ୍ଟରେ ଲୁଟି ନେଲେ

add-all

ଉଦଳା : ରାତି ଅଧରେ ଘର ଛାତ ଦେଇ ପଶିଲେ , ଗନ୍ ପଏଣ୍ଟରେ ଲୁଟି ନେଲେ। ଉଦଳା ଶରତ ଥାନା ଦେବାନବାହାଳୀ ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ମୂତାବକ ଏହି ଗାଁର ଚନ୍ଦନ ନାୟକ ଏବଂ ତାଙ୍କ ଭାଇ ରଞ୍ଜନ ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ୫ ଜଣ ଦୁର୍ବୁତ୍ତ ମୁଖା ପିନ୍ଧି ଛାତ ଉପର ଦେଇ ଘର ଭିତରେ ପଶିଥିଲେ। ଏବଂ ଅନ୍ୟ ଦୁଇ ଜଣ ଦୁର୍ବୁତ୍ତ ଦୁଇ ଭାଇଙ୍କୁ କାବୁ କରିବା ସହ ପଏଣ୍ଟ ବ୍ଲାଙ୍କରେ ବନ୍ଧୁକ ରଖି ଲୁଟ୍ କରିଥିଲେ। ମାଲମିରାରୁ ନଗଦ ୧୫ ହଜାର ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି। ଲୁଟ୍‌ କରିବା ପରେ ଦୁଇ ଭାଇଙ୍କୁ କବାଟ ବନ୍ଦ କରି ଫେରାର୍ ହୋଇଯାଇଥିଲେ। ପଏଣ୍ଟ ବ୍ଲାଙ୍କରେ ଲୁଟ୍ କରିବା ପରେ ନିଜ କର୍ମଚାରୀଙ୍କ ଡାକି ଚନ୍ଦନ ଗେଟ୍ ବାହାରକୁ ଆସିଥିଲେ। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇଦେଇଥିବାବେଳେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.