୩୧ ଛାତ୍ରଛାତ୍ରୀଙ୍କୁ ମାଡ଼: ଶିକ୍ଷୟିତ୍ରୀ ନିଲମ୍ବିତ

add-all

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷୟିତ୍ରୀ ୩୧ ଜଣ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି।

ଶୁକ୍ରବାର ବେତନଟି ବ୍ଲକର ପ୍ରତିମାଦେଇପୁର କ୍ଲଷ୍ଟର ଅନ୍ତର୍ଗତ ଖଣ୍ଡାଦେଉଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ସହକାରୀ ଶିକ୍ଷୟିତ୍ରୀ ସୁକାନ୍ତି କର ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ କାହିଁକି ପ୍ରାର୍ଥନା ପରେ ତାଙ୍କ ପାଦ ଛୁଇଁ ପ୍ରଣାମ କରିନଥିଲେ ବୋଲି ପ୍ରଶ୍ନ କରିବା ସହ ଏକ ବାଉଁଶ ବାଡ଼ିରେ ନିର୍ମମ ଭାବରେ ମାଡ଼ ମାରିଥିଲେ।

ପ୍ରବଳ ମାଡ଼ ଯୋଗୁଁ ଛାତ୍ରଛାତ୍ରୀମାନେ ଆହତ ହୋଇଥିଲେ। ଜଣେ ଛାତ୍ରଙ୍କ ହାତ ହାଡ଼ ଭାଙ୍ଗି ଯାଇଥିବା ବେଳେ ଜଣେ ଛାତ୍ରୀ ଚେତାଶୂନ୍ୟ ହୋଇଯାଇଥିଲେ। ଫଳରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା।

ଏହି ଘଟଣା ଅଭିଭାବକମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା ବେଳେ ସେମାନେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପରେ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଓଝା, ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ବିପ୍ଳବ କର, ସିଆରସିସି ଦେବାଶିଷ ସାହୁ ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଇଥିଲା। ତେବେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ବୋଲି ବିଇଓ କହିଛନ୍ତି।

ad-week
Leave A Reply

Your email address will not be published.