ନର୍ଦ୍ଦମା ସଫା କରୁଥିବାବେଳେ ବିଷାକ୍ତ ଗ୍ୟାସ୍ ଯୋଗୁଁ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ, ଅନ୍ୟ ୩ ଜଣ ଚିକିତ୍ସାଧୀନ

ଦିଲ୍ଲୀ : ଦିଲ୍ଲୀର ଅଶୋକ ବିହାରରେ ନାଳ ସଫା କରୁଥିବାବେଳେ ବିଷାକ୍ତ ଗ୍ୟାସ ଯୋଗୁଁ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଚିକିତ୍ସାଧୀନ ରହିଛନ୍ତି । ଏପରି ଘଟଣା ବିଳମ୍ବିତ ରାତି ୧୨ଟା ସମୟରେ ଦେଖିବାକୁ ମିଳିଥିଲା ।
ସୂଚନାନୁଯାୟୀ, ବିଳମ୍ବିତ ରାତିରେ ଏକ ଆପାର୍ଟମେଣ୍ଟ ନିକଟରେ ନର୍ଦ୍ଦମା ସଫା କରାଯାଉଥିଲା। ହଠାତ୍ ଏହି ସମୟରେ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସିବା ପରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଅସୁସ୍ଥ ହୋଇପଡ଼ିଥିଲେ । ମୃତ ବ୍ୟକ୍ତି ଜଣକ ୪୦ ବର୍ଷୀୟ ଅରବିନ୍ଦ ବୋଲି ଜଣାପଡିଛି ।
ଏହି ବିଷାକ୍ତ ନର୍ଦ୍ଦମା ଗ୍ୟାସ ଯୋଗୁଁ ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିବା ପ୍ରଥମ ନୁହେଁ । ବରଂ ଏହା ପୂର୍ବରୁ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି । କିନ୍ତୁ ଏହି ସମସ୍ୟା ଉପରେ କେହି ଗମ୍ଭୀରତାର ସହ ଧ୍ୟାନ ଦେଇନାହାଁନ୍ତି । ଯଦି ଏହା ଉପରେ ଗୁରୁତ୍ବ ଦିଆଯାଇଥାନ୍ତା ତେବେ ଏପରି ଭାବେ କର୍ମଚାରୀଙ୍କ ମୃତ୍ୟୁ ହୋଇ ନଥାନ୍ତା ।