
ନୂଆଦିଲ୍ଲୀ: ପାକିସ୍ତାନ ଏବଂ ସାଉଦି ଆରବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ‘ରଣନୈତିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତିନାମା’ ନାମକ ଏହି ଚୁକ୍ତିନାମାରେ କୁହାଯାଇଛି ଯେ ପାକିସ୍ତାନ କିମ୍ବା ସାଉଦି ଆରବ ମଧ୍ୟରୁ ଯେ କୌଣସି ଦେଶ ଉପରେ ଆକ୍ରମଣକୁ ଉଭୟ ଦେଶ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ ।
ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସାଉଦି ଆରବ ଗସ୍ତ ସମୟରେ ଏହି ଚୁକ୍ତି ହୋଇଥିଲା । ସେ ରିୟାଦରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କୁକ୍ରାଉନ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ ଅଲ-ୟାମାମା ପ୍ୟାଲେସରେ ସ୍ୱାଗତ କରିଥିଲେ ।
ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ପ୍ରାୟ ଆଠ ଦଶନ୍ଧିପୁରୁଣା ସହଭାଗୀତା ଉପରେ ଆଧାରିତ, ଯାହାକୁ ଭାଇଚାରା, ଇସଲାମିକ୍ ସଂହତି ଏବଂ ସମାନ ରଣନୈତିକ ସ୍ୱାର୍ଥ ଦ୍ୱାରା ସୁଦୃଢ଼ କରାଯାଇଛି ।
ମିଳିତ ବିବୃତ୍ତିରେ କୁହାଯାଇଛି ଯେ ଏହି ଚୁକ୍ତିନାମା କେବଳ ଦ୍ୱିପାକ୍ଷିକ ସୁରକ୍ଷା ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ନୁହେଁ ବରଂ ଆଞ୍ଚଳିକ ଏବଂ ବିଶ୍ୱ ଶାନ୍ତିପ୍ରତି ମଧ୍ୟ ଯୋଗଦାନ ଦେବା ପାଇଁ ଉଦ୍ଦିଷ୍ଟ । ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଉଭୟ ଦେଶ ବିରୁଦ୍ଧରେ ଆକ୍ରମଣକୁ ଉଭୟ ଦେଶ ବିରୁଦ୍ଧରେ ଆକ୍ରମଣ ବୋଲି ବିବେଚନା କରାଯିବ ।
ଏହି ଚୁକ୍ତିନାମା ମାଧ୍ୟମରେ, ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିବା, ମିଳିତ ପ୍ରତିରୋଧ କ୍ଷମତା ବିକାଶ କରିବା ଏବଂ ଯେକୌଣସି ସମ୍ଭାବ୍ୟ ଆକ୍ରମଣରୁ ସୁରକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଏଥିସହ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ରିୟାଦରେ ପହଞ୍ଚିଥିଲେ ଏବଂ ତାଙ୍କୁ ଡେପୁଟି ଗଭର୍ଣ୍ଣର ମହମ୍ମଦ ବିନ୍ ଅବଦୁଲରହମାନ ବିନ୍ ଅବଦୁଲଅଜିଜ୍ ସ୍ୱାଗତ କରିଥିଲେ । ତାଙ୍କ ସହିତ ବୈଦେଶିକ ମନ୍ତ୍ରୀ ଇସାକ ଦାର, ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ, ଅର୍ଥ ମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ, ସୂଚନା ମନ୍ତ୍ରୀ ଆତାଉଲ୍ଲା ତାର୍ଦାର, ପରିବେଶ ମନ୍ତ୍ରୀ ମୁସାଦିକ୍ ମାଲିକ ଏବଂ ସ୍ୱତନ୍ତ୍ର ସହାୟକ ତାରିକ ଫାତେମି ମଧ୍ୟ ଉପସ୍ଥିତ ଥିଲେ ।
ଏଥିସହ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ଏହା ସ୍ବାକ୍ଷାର କରାଯାଇଥିଲା । କାହିଁକିନା ଅନେକ କଥାବାର୍ତ୍ତା ପରେ ସୁନ୍ଦ୍ରୁଢ଼ ରୋକିବା ପାଇଁ କାର୍ଯ୍ୟ କରାଯାଉଥିଲା । ଆପରମାନେ ଜାଣିଛନ୍ତି କି ଏପରି କାହିଁକି ହୁଏ, କାରଣ ଏହା ଯଥା ସମ୍ଭବ ଅନ୍ୟମାନଙ୍କୁ ଆକ୍ରୁଷ୍ଟ କରିଥାଏ ।