ପାକିସ୍ତାନୀଙ୍କ ସହ ଓ୍ବାଙ୍ଗଚୁକଙ୍କ ଲିଙ୍କ୍‌ ରହିଛି: ଡିଜିପି

add-all

ଲଦାଖ: ଲଦାଖ ହିଂସାରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଲୋକଙ୍କୁ ଉସୁକାଇବା ଅଭିଯୋଗରେ ଗିରଫ ହୋଇଥିବା ସାମାଜିକ କର୍ମୀ ସୋନମ ଓ୍ବାଙ୍ଗଚୁକଙ୍କର ଜଣେ ପାକିସ୍ତାନୀ ପିଆଇଓଙ୍କ ସହିତ ଲିଙ୍କ୍‌ ରହିଥିବା କହିଛନ୍ତି ଲଦାଖ ଡିଜିପି ଡ. ଏସ.ଡି. ସିଂହ ଜାମଓ୍ବାଲ। ଗତ ଶୁକ୍ରବାର ଓ୍ବାଙ୍ଗଚୁକଙ୍କୁ ଗିରଫ କରାଯିବା ପରେ ଜୋଧପୁର ଜେଲକୁ ପଠାଇ ଦିଆଯାଇଛି।

ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ଓ୍ବାଙ୍ଗଚୁକ ଉସୁକାଇଥିବା ନେଇ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ହିଂସାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ଡିଜିପି କହିଛନ୍ତି, ପୁଲିସ ନିକଟରେ ଜଣେ ପାକିସ୍ତାନୀ ପିଆଇଓଙ୍କୁ ଗିରଫ କରିଛି। ସେ ଓ୍ବାଙ୍ଗଚୁକଙ୍କ ସହିତ ସମ୍ପର୍କରେ ରହିଥିଲେ। ଏହାର ତଥ୍ୟ ମିଳିଛି। ଓ୍ବାଙ୍ଗଚୁକ ପାକିସ୍ତାନ ଯାଇ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେ ବାଂଲାଦେଶ ବି ଯାଇଥିଲେ। ତେଣୁ ତାଙ୍କର ଏପରି ଗସ୍ତ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେସବୁର ତଦନ୍ତ ଚାଲିଛି। 

ad-week
Leave A Reply

Your email address will not be published.