କୂଅ ଭିତରେ ବିଷଧର ସାପଙ୍କ ସହ ମହିଳା ବିତାଇଲେ ୫୪ ଘଣ୍ଟା , ଜୀବନ୍ତ ଉଦ୍ଧାର ହେଲେ

add-all

ଚୀନ: କୂଅ ଭିତରେ ବିଷଧର ସାପମାନଙ୍କ ସହିତ ୫୪ ଘଣ୍ଟା ବିତାଇଲେ ମହିଳା। ଶେଷରେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଘଟଣାଟି ଘଟିଛି ଚୀନରେ।

ଜଣେ ୪୮ ବର୍ଷୀୟା ମହିଳା ଏକ ପରିତ୍ୟକ୍ତ କୂଅ ଭିତରେ ଖସିପଡ଼ିଥିଲେ। କୂଅ ଭିତରେ ଅନେକ ବିଷଧର ସାପ ଥିଲେ। ପରିବାର ଲୋକେ ବହୁ ଉଦ୍ୟମ କରିଥିଲେ ମହିଳାଙ୍କୁ ଉଦ୍ଧାର କରିବାକୁ। କିନ୍ତୁ କୂଅଟି ଗଭୀର ହୋଇଥିବାରୁ ସଫଳ ହୋଇ ନ ଥିଲେ। ଫଳରେ ମହିଳାଙ୍କ ପୁଅ ଜିନଜିୟାଙ୍ଗ ରୁଇତୋଙ୍ଗ ବ୍ଲୁ ସ୍କାଏ ଏମର୍ଜେନ୍ସୀ ରେସକ୍ୟୁ ସେଣ୍ଟରର ସହାୟତା ମାଗିଥିଲେ।

ଏହା ପରେ ୧୦ ଜଣିଆ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଶେଷରେ ପ୍ରାୟ ୫୪ ଘଣ୍ଟା ପରେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା।

ଉଦ୍ଧାର ପରେ ମହିଳା କହିଛନ୍ତି ଯେ, ସେ କୂଅରେ ଖସି ପଡ଼ିବା ପରେ ପ୍ରଥମେ ଜୀବନ ରକ୍ଷା ପାଇଁ ପହଁରିଥିଲେ। କୂଅ ଅତ୍ୟନ୍ତ ଚଉଡ଼ା ଏବଂ ଗଭୀର ଥିବାରୁ ସେ ବାହାରିବାକୁ ଉଦ୍ୟମ କରିଥିଲେ ସଫଳ ହୋଇପାରି ନ ଥିଲେ। କୂଅ ଭିତର ସମ୍ପୂର୍ଣ୍ଣ ଅନ୍ଧକାର ଥିଲା। ପ୍ରବଳ ମଶା ସାଙ୍ଗକୁ କିଛି ସାପ ବି ଥିଲେ। ସେ ଭୟଭୀତ ଅବସ୍ଥାରେ ରହିଥିଲେ। ମୃତ୍ୟୁ କଥା ଚିନ୍ତା କରି ସେ ଅନେକ ଥର ଭାଙ୍ଗିପଡ଼ିଥିଲେ। କିନ୍ତୁ ଅନ୍ୟ କୌଣସି ଉପାୟ ନ ଥିବାରୁ କେବଳ ଧୈର୍ଯ୍ୟର ସହିତ ସାହସ ବାନ୍ଧି ଚୁପ ରହିଥିଲେ। ଏହି କାରଣରୁ ତାଙ୍କ ଜୀବନ ରକ୍ଷା ପାଇଲା ବୋଲି ମହିଳା ଜଣକ କହିଛନ୍ତି।

ad-week
Leave A Reply

Your email address will not be published.