
ଦୁବଇ- ଚଳିତ ଥର ଭାରତ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛି । ମାତ୍ର ଏସିସି ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମୋହସିନ୍ ନକଭିଙ୍କଠାରୁ ଏହି କପ୍ ଗ୍ରହଣ କରିବା ପାଇଁ ଭାରତୀୟ ଟିମ୍ ମନା କରିଦେଇଥିଲା । ନକ୍ଭି ଏସିଆ କପ୍କୁ ନିଜ ସାଙ୍ଗରେ ନେଇଯାଇଥିଲେ । ସେ ଏହାକୁ ଫେରାଇବା ପାଇଁ ମନା କରିଦେଇଥିଲେ ।
ମଙ୍ଗଳବାରରେ ଏସିସିର ବୈଠକରେ ମଧ୍ୟ ସେ କପ୍ ଫେରାଇବା ପାଇଁ ମନା କରିଥିଲେ । ବିସିସିଆଇ ଏନେଇ ଆଇସିସିରେ ଅଭିଯୋଗ କରିବା ସହ ତାଙ୍କୁ ହଟାଇବା ପାଇଁ ମହାଭିଯୋଗ ଆଣିବ ବୋଲି ଚେତାବନୀ ଦେଇଥିଲା ।ଏହାପରେ ନକ୍ଭି ଏସିଆ କପ୍କୁ ଏସିସି କାର୍ଯ୍ୟାଳୟରେ ଫେରସ୍ତ କରିଛନ୍ତି ।
ଏବେ ଏହି ଟ୍ରଫିକୁ କେମିତି ଦିଆଯିବ ସେ ବିଷୟରେ ଏସିସି କର୍ମକର୍ତ୍ତା ନିଷ୍ପତ୍ତି ନେବେ ।