
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଶାନ୍ତି ପ୍ରସ୍ତାବରେ ସହମତି ପ୍ରକାଶ କରିଛି ହମାସ । ବନ୍ଧକ ରଖିଥିବା ଇସ୍ରାଏଲି ନାଗରିକଙ୍କୁ ଛଡାଯିବ ଏବଂ ଗାଜା ଷ୍ଟ୍ରିପର ଶାସନ ଡୋରକୁ ଏକ ସ୍ୱାଧୀନ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା ନେଇ ସକାରାକ୍ରମ ଭାବନା ପ୍ରକାଶ କରିଛି ହମାସ । ଏହାପରେ ଘାମାଘୋଟ ଯୁଦ୍ଧରେ ରୋକ ଲାଗିବ ବୋଲି ଆଶା କରାଯାଉଛି । ହମାସ ପକ୍ଷରୁ ଡୋନାଲ୍ଡ ଟ୍ରମ୍ପଙ୍କ ୨୦ସୂତ୍ରୀ ଯୋଜନା ଉପରେ ସରକାରୀ ପ୍ରତିକ୍ରିୟା ଜାରି କରାଯାଇଛି । ଶାନ୍ତି ପ୍ରସ୍ତାବ ଗ୍ରହଣ କିମ୍ବା ପ୍ରତ୍ୟାଖାନ କରିବା ପାଇଁ ହମାସକୁ ରବିବାର ପର୍ଯ୍ୟନ୍ତ ସମୟ ଦେଇଥିଲେ ଟ୍ରମ୍ପ । ତେବେ ହମାସ ରଖିଥିବା ସର୍ତ୍ତାବଳୀରେ କୌଣସି ସଂଶୋଧନ ବା ଆଲୋଚନା ହେବ କି ନାହିଁ ତାହା ଟ୍ରମ୍ପ ସ୍ପଷ୍ଟ କରିନାହାଁନ୍ତି ।