ବନ୍ଦର ନିର୍ମାଣ କରିବାକୁ ଆମେରିକାକୁ ପାକିସ୍ତାନର ପ୍ରସ୍ତାବ, ପ୍ରକଳ୍ପରେ ଖର୍ଚ୍ଚ ହେବ ୧.୨ ବିଲିୟନ ଡଲାର !

youtube

ପାକିସ୍ତାନ : ପାକିସ୍ତାନର ନୂଆ ପ୍ଲାନ । ବେଲୁଚିସ୍ତାନରେ ବନ୍ଦର ନିର୍ମାଣ କରିବାକୁ ଆମେରିକାକୁ ପ୍ରସ୍ତାବ ଦେଇଛି ପାକିସ୍ତାନ । ଗ୍ବାଦର ଜିଲ୍ଲା ପାସ୍ନି ସହରର ଆରବସାଗର କୂଳରେ ବନ୍ଦର ନିର୍ମାଣ କରିବା ସହ ଏହାକୁ ଚଲାଇବାକୁ ଆନୁଷ୍ଠାନିକ ଭାବେ ଆମେରିକାକୁ ପ୍ରସ୍ତାବ ଦେଇଛି । ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧.୨ ବିଲିୟନ ଡଲାର ହୋଇପାରେ । ଏହି ବନ୍ଦର କେବଳ ବ୍ୟବସାୟ ଓ ଖଣିଜ ସମ୍ପଦ ନେବା ଆଣିବା ପାଇଁ ନିର୍ମାଣ ହେବ । କୌଣସି ସେନା ଆଧାର ବା ଯୁଦ୍ଧ ଉଦ୍ଦେଶ୍ୟ ପାଇଁ ବ୍ୟବହୃତ ହେବ ନାହିଁ ବୋଲି ପାକିସ୍ତାନ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସୂଚନାନୁଯାୟୀ, ଏହି ବନ୍ଦର ଚୀନ ନିୟନ୍ତ୍ରିତ ଗ୍ବାଦର ପୋର୍ଟ ଠାରୁ ୧୦୦ କିମି ଓ ଇରାନ ଚାବାହାର ପୋର୍ଟରୁ ପ୍ରାୟ ୩୦୦ କିମି ଦୂରରେ ଅବସ୍ଥିତ । ଏହି ବନ୍ଦର ମାଧ୍ୟମରେ ପାକିସ୍ତାନରୁ ତମ୍ବା, ଲିଥିଅମ୍ ଭଳି ଖଣିଜ ପଦାର୍ଥ ଆମେରିକାକୁ ସହଜରେ ପଠାଯାଇପାରିବ । ଏହି ବନ୍ଦରକୁ ଦେଶର ପଶ୍ଚିମାଞ୍ଚଳ ସହ ଯାଗଯୋଗ ପାଇଁ ୧୧ ହଜାର କୋଟି ଟଙ୍କା ବିନିମୟରେ ରେଳ ଲାଇନ ବଛାଯିବ । ଗତ ସେପ୍ଟେମ୍ବରରେ ଟ୍ରମ୍ପଙ୍କ ସହ ଶେହବାଜ ସରିଫ୍ ଓ ଆସିମ୍ ମୁନୀରଙ୍କ ବୈଠକ ପରେ ଏହି ପ୍ରସ୍ତାବ ଆସିଛି । ବୈଠକରେ ଟ୍ରମ୍ପଙ୍କ ନେତୃତ୍ବକୁ ପ୍ରଶଂସା କରିଥିଲେ ସରିଫ୍ । ଭାରତର ଅପରେସନ ସିନ୍ଦୁର ପରେ ନିକଟତର ହୋଇଛନ୍ତି ଆମେରିକା ଓ ପାକିସ୍ତାନ ।

Leave A Reply

Your email address will not be published.