
କଟକ : କଟକ ଦଶହରା ଭସାଣୀରେ ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣା । ହାତୀପୋଖରୀ ଅଞ୍ଚଳରେ ପୋଲିସର ଯାଞ୍ଚ । ଘରେ ଘରେ ପଶି ଯାଞ୍ଚ କରୁଛି କମିଶନରେଟ ପୋଲିସ । ଓଡ଼ିଶା ପୋଲିସ ସହ କେନ୍ଦ୍ରୀୟ ଫୋର୍ସର ଖୋଳତାଡ଼ । ୨ ACP, ୩ ଆଇଆଇସିଙ୍କ ସହ ପୋଲିସ ଟିମ୍ ରେଡ୍ ରେ ସାମିଲ ହୋଇଛନ୍ତି ।
ଅନ୍ୟପଟେ ସ୍ବାଭାବିକ ହୋଇଛି ସିଲଭର୍ ସିଟି। ପୁଣି ଚଳଚଞ୍ଚଳ ହୋଇଉଠିଛି କଟକ । ଭାଇଚାରାର ସହରରେ ସମସ୍ତେ ପୁଣି ଏକାଠି । ସମସ୍ତ ଦୋକାନ ବଜାର ଖୋଲିଛି । ଇଣ୍ଟରନେଟ ସେବା ବି ସ୍ବାଭାବିକ ହୋଇଛି। ତଥାପି ସହରର ବିଭିନ୍ନ ଅଞ୍ଚଳରେ କଡା ପାଟ୍ରୋଲିଂ କରୁଛି ପୋଲିସ । କର୍ଫ୍ୟୁ ସମୟରେ ଇଣ୍ଟରନେଟ ବନ୍ଦ ଥିବାରୁ ହନ୍ତସନ୍ତ ହୋଇଥିଲେ ଅନେକ ରୋଗୀ । ଆୟୁଷ୍ମାନ କାର୍ଡଧାରୀଙ୍କ ଚିକିତ୍ସା ଓ ଡିସଚାର୍ଜରେ ବାଧା ଦେଖାଦେଇଥିଲା । ଏବେ ସ୍ଥିତି ସୁଧୁରୁଛି । ସୁରୁଖୁରୁରେ ରୋଗୀ ଆଡମିଟ୍ ହେବା ସହ ଡିସଚାର୍ଜ ହେଉଛନ୍ତି ।