
ଆମେରିକା : ଚୀନ ଉପରେ ଅତିରିକ୍ତ୧୦୦% ଟାରିଫ ଲଗାଇଲେ ଟ୍ରମ୍ପ । ଚୀନରୁ ଆମଦାନୀ ସାମଗ୍ରୀ ଉପରେ ଅତିରିକ୍ତ ଶହେ ପ୍ରତିଶତ ଟାରିଫ ନେଇ ଘୋଷଣା । ଆସନ୍ତା ନଭେମ୍ବର ୧ରୁ ଏହା ଲାଗୁ ହେବ । ‘ଟ୍ରୁଥ ସୋସିଆଲ’ ଜରିଆରେ ଟ୍ରମ୍ପ ଘୋଷଣା କରିଛନ୍ତି , ଚୀନରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ଅତିରିକ୍ତ ୧୦୦% ଟିକସ ଲାଗୁ ହେବ । ଏହା ବର୍ତ୍ତମାନର ହାରାହାରି ୪୦% ଟିକସ ଉପରେ ଲାଗିବ । ଏହି ନିଷ୍ପତ୍ତି ଫଳରେ ମୋଟ ଟିକସ ହାର ୧୪୦% କୁ ବୃଦ୍ଧି ପାଇବ । ଯାହା ଚୀନରୁ ଆମେରିକାକୁ ଆମଦାନୀ ହେଉଥିବା ବାର୍ଷିକ ୧୯୪ ବିଲିୟନ ମୂଲ୍ୟର ସେମିକଣ୍ଡକ୍ଟରଠାରୁ ଆରମ୍ଭ କରି ବିଭିନ୍ନ ଉପଭୋକ୍ତା ସାମଗ୍ରୀକୁ ପ୍ରଭାବିତ କରିବ ।
ଚୀନ ଦ୍ୱାରା ‘ରେୟାର୍ ଆର୍ଥ’ ଖଣିଜ ଉପରେ ରପ୍ତାନୀ ନିୟନ୍ତ୍ରଣ କଡ଼ାକଡ଼ି ହୋଇଛି । ‘ରେୟାର୍ ଆର୍ଥ’ AI, ପ୍ରତିରକ୍ଷା ଓ EV ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ନିୟନ୍ତ୍ରଣକୁ ପାଞ୍ଚଟି ନୂଆ ଉପାଦାନ ଏବଂ ଅନେକ ବିଶୋଧନ ପ୍ରଯୁକ୍ତିବିଦ୍ୟାକୁ ବଢ଼ାଯାଇଛି । ଯେଉଁ ବିଦେଶୀ ସଂସ୍ଥାମାନେ ୦.୧% ରୁ ଅଧିକ ଚୀନ ସାମଗ୍ରୀ ବ୍ୟବହାର କରିବେ ସେମାନଙ୍କୁ ଏବେ ଲାଇସେନ୍ସ ନେବାକୁ ପଡିବ । ଟ୍ରମ୍ପ ଏହାକୁ “ଅତ୍ୟନ୍ତ ଆକ୍ରାମକ ବୋଲି କହିଛନ୍ତି । ଏହା ସହିତ ଟ୍ରମ୍ପ ଯେକୌଣସି ଓ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେର ଉପରେ ଆମେରିକୀୟ ରପ୍ତାନୀ ନିୟନ୍ତ୍ରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଲକ୍ଷ୍ୟ ହେଉଛି ଚୀନକୁ AI ଉପକରଣ, ଚିପ୍ ଏବଂ ସାଇବର ସୁରକ୍ଷା ପ୍ରଯୁକ୍ତିବିଦ୍ୟା ରପ୍ତାନୀ ବନ୍ଦ କରିବା । ବେଜିଂର ଏହି ନୀତିର ଅନୁକରଣ କରିବା ବିଶ୍ୱ ଯୋଗାଣ ଶୃଙ୍ଖଳାରେ ବିଶୃଙ୍ଖଳା ସୃଷ୍ଟି କରିବାର ଆଶଙ୍କା ରହିଛି ।