
ପଣାଜୀ : ଗୋଆର କୃଷି ମନ୍ତ୍ରୀ ତଥା ପୂର୍ବ ମୁଖ୍ୟମନ୍ତ୍ରୀ ରବି ନାୟକଙ୍କ ହାର୍ଟଆଟାକରେ ପରଲୋକ ହୋଇଛି । ୭୯ ବର୍ଷ ବୟସରେ ତାଙ୍କ ବାସଭବନରେ ହାର୍ଟଆଟାକ ହେବା ଯୋଗୁଁ ତାଙ୍କ ଜୀବନ ଚାଲିଯାଇଛି । ତାଙ୍କୁ ଏକ ପ୍ରାଇଭେଟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ରାତି ୧ ଟାରେ ପରଲୋକ ହୋଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି ।
ତାଙ୍କର ପତ୍ନୀ, ଦୁଇଜଣ ପିଲା, ଜଣେ ବୋହୂ ଏବଂ ୩ ଜଣ ନାତି-ନାତୁଣୀ ରହିଛନ୍ତି । ତାଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ନ ୩ଟାରେ ହେବ । ତାଙ୍କ ପାର୍ଥିବ ଶରୀରକୁ ପୋଣ୍ଡାର ଖଡପାବାନ୍ଧ ସ୍ଥିତି ତାଙ୍କ ବାସଭବନରେ ରଖାଯାଇଛି । ଏଠାରେ ହଜାର ହଜାର ଲୋକ ଶ୍ରଦ୍ଧାଞ୍ଜଳି ଦେବାକୁ ଏକାଠି ହୋଇଛନ୍ତି ।
ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୋଦି ଏକ୍ସରେ ଲେଖିଛନ୍ତି, ଗୋଆ ସରକାରରେ ଥିବା ମନ୍ତ୍ରୀ ଶ୍ରୀ ରବି ନାୟକଜୀଙ୍କ ନିଧନରେ ମୁଁ ଦୁଃଖିତ । ସେ ଜଣେ ଅନୁଭବୀ ପ୍ରଶାସନ ଏବଂ ସମର୍ପିତ ଲୋକ ସେବକ । ସେ ଗୋଆର ବିକାଶ ପଥକୁ ସମୃଦ୍ଧି କରିଥିଲେ । ଏଭଳି ଦୁଃଖ ସମୟରେ ମୋ ସମବେଦନା ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ରହିଛି । ଓଁ ଶାନ୍ତି ।
ସେହିପରି ଗୋଆର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।