୨୦୨୬ରେ ମାଟିରେ ମିଶିବ କି ଆଇଫେଲ୍ ଟାୱାର ?

youtube

ନୂଆଦିଲ୍ଲୀ: ଆଇଫେଲ ଟାୱାର- ଏ ନାଁ ଶୁଣିଲେ ଲୋକଙ୍କର ଆଖି ଆଗକୁ ଚାଲିଆସେ ଏକ ଆକାଶଛୁଆଁ ଟାଓ୍ଵାର କଥା । ଆଇଫେଲ ଟାୱାର ଆଗରେ ଅନେକ ଲୋକଙ୍କ ଫଟୋ ବି ଆପଣ ସୋସିଆଲ ମିଡିଆରେ ଦେଖିଥିବେ ଆଉ ଆପଣଙ୍କ ଫୋନ ହେଉ କି କମ୍ପ୍ୟୁଟର ସେଥିରେ ଓ୍ଵାଲପେପର ଥିବା ବି ଦେଖିଥିବେ । ସେହି ଆଇଫେଲ ଟାୱାରକୁ ଏବେ ଏକ ଖରାପ ଘର ଘୁରି ବୁଲୁଛି । ବିଶ୍ବ ପର୍ଯ୍ୟଟନର ଏକ ବଡ଼ ଆକର୍ଷଣ କୁହାଯାଉଥିବା ପ୍ୟାରିସର ଆଇଫେଲ ଟାୱାରକୁ ନେଇ ସୋସିଆଲ ମିଡ଼ିଆରେ ଖବର ଖେଳୁଛି । ୨୦୨୬ରେ ଏହାକୁ ଭଙ୍ଗାଯିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଏ ଖବର ସତ କି ନା ସେ ନେଇ ବି ଆଲୋଚନା ହେଉଛି । ତେବେ ଏ ଖବରକୁ ନେଇ ଦୁନିଆର ଅନେକ ପର୍ଯ୍ୟଟକ ଚିନ୍ତାବ୍ୟକ୍ତ କରିଛନ୍ତି ।

ତେବେ ସୋସିଆଲ ମିଡ଼ିଆରେ ଆଇଫେଲ ଟାୱାର ଭାଙ୍ଗାଯିବା ଖବର ଭାଇରାଲ ହେବାରୀ ମୁଖ୍ୟ କାରଣ ହେଉଛି, ସେପ୍ଟେମ୍ବର ୧୮ ତାରିଖରେ ଟାପିଓକୋ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟକୁ ନେଇ- ଏହି ୱେବସାଇଟ୍ ମୁଖ୍ୟତଃ ପ୍ୟାରୋଡି ନ୍ୟୁଜ୍ ପାଇଁ ଜଣାଶୁଣା । ୱେବସାଇଟରେ ଜଣେ ସଦସ୍ୟ କହିଥିବା କଥାକୁ ଏଥିରେ ଉଦ୍ଧୃତ କରାଯାଇ କୋଟ୍ କରାଯାଇଥିଲା । ୱେବସାଇଟରେ କୁହାଯାଇଥିଲା- ଆଇଫେଲ ଟାୱାର ବହୁତ ଲୋକପ୍ରିୟ ଥିଲା । କିନ୍ତୁ ଏବେ ଆଉ ଏଠାକୁ ଲୋକ ଆସୁନାହାନ୍ତି । ସେଥିପାଇଁ ଏହାକୁ  ବନ୍ଦ କରୁଛୁ । ଛୋଟ ପିଲା ଆଉ ତା ଉପରକୁ ଯିବାକୁ ଚାହୁନାହାନ୍ତି । ଟାୱାର ଚାରିପଟେ ଅଧିକ ସଂଖ୍ୟାରେ ଡ୍ରୋନ ଉଡ଼ୁଛି । ହୁଏତ ସେଥିପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି । ସେଠାରେ ପକ୍ଷୀ ବି ପର୍ଯ୍ଯଟକଙ୍କୁ ବିରକ୍ତ କରିପକାଉଛନ୍ତି । ଯାହା ବି ହେଉ ଆଇଫେଲ ଟାୱାର ଭଙ୍ଗା କାମ ୨୦୨୬ରେ ଆରମ୍ଭ ହୋଇଯିବ । ତେଣୁ ଯଦି ଆପଣଙ୍କ ବୟସ ବଢ଼ି ଚାଲିଛି ତାହେଲେ ଇଏ ହେଉଛି ସବୁଠୁ ଭଲ ସମୟ । ଆଇଫେଲ ଟାୱାରକୁ ନେଇ ନିଜ ସ୍ମୃତିକୁ ଉଜାଗର କରିବାକୁ ଚାହୁଁଛନ୍ତି ତେବେ ଏହା ସବୁଠୁ ଭଲ ସମୟ’ । 

ବାସ୍ ଏହି ଖବରରୁ ଚର୍ଚ୍ଚା ଜୋର ଧରିଲା । ତେଣୁ ସେହି ଖବରକୁ ନେଇ କଥା ଉଡିଲା କି- ୨୦୨୬ରେ ଆଇଏଫଲ ଟାୱାରକୁ ମାଟିରେ ମିଶାଯିବ । ହେଲେ ଏ ଖବରର ସତ୍ୟାସତ୍ୟ ନେଇ କୌଣସି ଔପଚାରିକ ତଥ୍ୟ ନାହିଁ ।

Leave A Reply

Your email address will not be published.