ଜମି ଡିମାର୍କସେନ ପାଇଁ ଆଉ ଯିବାକୁ ପଡ଼ିବନି ତହସିଲ, ଅନଲାଇନ ଆବେଦନ କଲେ ଏଣିକି ମିଳିବ ତାରିଖ

youtube

ଭୁବନେଶ୍ୱର : ଡିମାର୍କସେନ ପାଇଁ ଆଉ ବାରମ୍ବାର ତହସିଲ ଅଫିସ ଦୌଡିବାକୁ ପଡ଼ିବନି କିମ୍ବା କାହାକୁ ହାତଗୁଞ୍ଜା ଦେବାକୁ ପଡିବନି । ଏଣିକି ଜମି ଡିମାର୍କସେନ ପାଇଁ ଅନଲାଇନରେ ଆବେଦନ କଲେ ମିଳିବ ତାରିଖ । ସେହିଦିନ ତହସିଲ ଅଧିକାରୀ, ଅମିନ ଓ ପୋଲିସ ଆସି ଆପଣଙ୍କ ଜମିର ଡିମାର୍କସେନ କରିବେ । ଆବେଦନ ପାଇଁ ପ୍ରଥମେ ରାଜସ୍ବ ବିଭାଗର ଅନଲାଇନ ସାଇଟକୁ ଯିବାକୁ ପଡିବ ।

ସେଥିରେ ମୋବାଇଲ ନମ୍ବର ପଞ୍ଜିକରଣ କରି ଡିମାର୍କସେନ ପାଇଁ ଆବେଦନ କରିବାକୁ ହେବ। ପରେ ଆବଶ୍ୟକୀୟ ଜମି କାଗଜ ପତ୍ର ସହ ଫି ଦେବାକୁ ପଡିବ ।  ଆବେଦନ ସବମିଟ କରିବା ପରେ ତହସିଲଦାର ଆପଣଙ୍କ ଆବେଦନ ଯାଞ୍ଚ କରି ଆପଣଙ୍କ ମୋବାଇଲ ନମ୍ବରକୁ ତାରିଖ ପଠାଇବେ ।  SMS ଦ୍ବାରା ତାରିଖ ଆସିବ । ସେହିଦିନ ତହସିଲ ଅଧିକାରୀ ଏବଂ ଅମିନ ଆସି ଆପଣଙ୍କ ଜମିର ଡିମାର୍କସେନ କରିବେ । ରାଜସ୍ୱ ବିଭାଗ ଅଧିକାରୀଙ୍କ ଦୁଇଦିନିଆ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।

Leave A Reply

Your email address will not be published.