କାର୍ଯ୍ୟକାରୀ ହୋଇପାରୁନି ସରକାରଙ୍କ ଶିକ୍ଷକ ବଦଳି ଆଦେଶ

youtube

ଚିକିଟୀ : ଏହି ବ୍ଲକ ରେ କାର୍ଯ୍ୟକାରୀ ହୋଇପାରୁନି ଶିକ୍ଷକ ବଦଳି ଆଦେଶ।ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ସରକାରଙ୍କ ନିୟମାନୁସାରେ ଶିକ୍ଷକ ମାନଙ୍କ ବଦଳି ଆଦେଶ ବାହାରିଛି। ଏହି ପରିପ୍ରେକ୍ଷିରେ ଚିକିଟୀ ବ୍ଲକର ୨୭ ଜଣ ଶିକ୍ଷକଙ୍କୁ ମଧ୍ୟ ବଦଳି କରାଯାଇଛି। ଏନେଇ ୧୩. ୧୦. ୨୫ ରେ ବିଧବଦ୍ଧ ଭାବେ ଚିଠି ବାହାରିଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ବଦଳି ଆଦେଶ ବାହାରିବାର ସପ୍ତାହେ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଶିକ୍ଷକ ମାନଙ୍କୁ କାର୍ଯ୍ୟନ୍ତର କରାଯାଇନି। ବଦଳି ଆଦେଶ କାର୍ଯ୍ୟକାରୀ ନକରିବା ପଛରେ କୌଣସି ଅଭିଶନ୍ଧି ମୂଳକ ଉଦ୍ଦେଶ୍ୟ ନାହିଁତ? ନା କାହା ସ୍ୱାର୍ଥରେ ସେହି ବଦଳି ଆଦେଶ କୁ ମନ୍ଥର କରାଯାଇଛି ତାକୁ ନେଇ ଏବେ ବିଭିନ୍ନ ମହଲ ରେ ଚର୍ଚ୍ଚା। ବଦଳି ହୋଇଥିବା ଶିକ୍ଷକ ମାନଙ୍କୁ ରିଲିଭ କରାଯାଉନଥିବାରୁ ସମସ୍ତେ ଚିନ୍ତାରେ ଅଛନ୍ତି। ଯାହା ଗୁଜବ ହେଉଛି ଏହି ବଦଳି ଆଦେଶ କୁଆଡେ ପରିବର୍ତ୍ତନ ହୋଇ ପୁଣି ନୁଆଁ ବଦଳି ଆଦେଶ ବାହାରିବ,ତେବେ ଚିକିଟୀ ବ୍ଲକ ର ବଦଳି ଆଦେଶ ବାହାରିଥିବା ବେଳେ ପାତ୍ରପୁର ବ୍ଲକର ଆଦେଶ ଅଧ୍ୟାବଧି ସୁପ୍ତ ରଖାଯାଇଛି ଏହା ପଛର ରହସ୍ୟ କଣ ତାହା ଏବେ ସବୁଠି ଚର୍ଚ୍ଚା। ଦେଖାଯାଉ ଏହି ଆଦେଶ ବଳବତ୍ତର ରହି ବଦଳି ହୋଇଥିବା ଶିକ୍ଷକଙ୍କୁ ରିଲିଫ କରାଯାଉଛି ନାଁ ପୁଣି ସଂଶୋଧନ ବଦଳି ଲିଷ୍ଟ ବାହାରୁଛି ତାହା ଦେଖିବାକୁ ବାକି ରହିଲା। ଯଦି ଏପରି ହୁଏ ତେବେ ଆକ୍ରୋଶର ଶିକାର ହେବାକୁ ଥିବା ଶିକ୍ଷକ ମାନେ ଉଚ୍ଚ ନ୍ୟାୟାଳୟ କୁ ଯିବାକୁ ପ୍ରସ୍ତୁତ ହେଉଥୁବା ସୂଚନା ମିଳୁଛି।

Leave A Reply

Your email address will not be published.