ସାନାଏ ତାକାଇଚି ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

youtube

ଜାପାନ ସଂସଦରେ ପ୍ରଧାନମନ୍ତ୍ରୀ ଭାବେ ସାନାଏ ତାକାଇଚି ନିର୍ବାଚିତ ହୋଇଛନ୍ତି । ଫଳରେ ଜାପାନର ପ୍ରଥମ ମହିଳା ପ୍ରାଧାନମନ୍ତ୍ରୀ ହୋଇଛନ୍ତି ସାନାଏ । ଲିବେରାଲ୍‌ ଡେମୋକ୍ରାଟିକ୍‌ ପାର୍ଟିର ନେତ୍ରୀ ସାନାଏ । ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜୟୀ ହେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ୪୬୫ ସଦସୀୟ ସଦନରେ ୨୩୭ ଭୋଟ ହାସଲ କରିଛନ୍ତି । ଏହି ସମୟରେ ବିଦାୟୀ ଜାପାନୀ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ତାଙ୍କ କ୍ୟାବିନେଟ ସହିତ ଇସ୍ତଫା ଦେଇଛନ୍ତି । ୬୪ବର୍ଷୀୟା ସାନାଏ ତାକାଇଚି ଜାପାନର ଇତିହାସରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି ।

ସୋମବାର ସନ୍ଧ୍ୟାରେ ଏଲଡିପି ନେତା ତାକାଇଚି ସାନାଏ ଏବଂ ଜାପାନ ଇନୋଭେସନ୍‌ ପାର୍ଟି ନେତା ୟୋଶିମୁରା ହିରୋଫୁମିଙ୍କ ମଧ୍ୟରେ ଡାଏଟରେ ଏକ ବୈଠକ ସମୟରେ ଏହି ଚୁକ୍ତିନାମା ସମ୍ପର୍କରେ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି । ଦୁଇ ଦଳ ଆର୍ଥିକ ସଂସ୍କାର, ବୈଦେଶିକ ବ୍ୟାପାର, ଜାତୀୟ ସୁରକ୍ଷା ଏବଂ ଶକ୍ତି ସମେତ ନୀତିଗତ କ୍ଷେତ୍ର ସମେତ ବ୍ୟାପକ କ୍ଷେତ୍ରରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.