ମୁମ୍ବାଇ ଯୋଗେଶ୍ବରୀ ବିଜନେସ ସେଣ୍ଟରରେ ଅଗ୍ନିକାଣ୍ଡ

youtube

ମୁମ୍ବାଇ : ମୁମ୍ବାଇର ଯୋଗେଶ୍ବରୀ ୱେଷ୍ଟ ଅଞ୍ଚଳରେ ଥିବା ବେହରାମବାଗ ନିକଟରେ ଏକ ବିଜନେସ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବା ପରେ ଲୋକମାନେ ଆତଙ୍କିତ ହୋଇଯାଇଥିଲେ । ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଅନେକ ଲୋକ ବିଲ୍ଡିଂରେ ଫସିଥିବା ଅନୁମାନ କରାଯାଉଛି ।

ଖବର ମୁତାବକ, ସକାଳ ୧୦.୫୦ ମିନିଟରେ ବିଜନେସ ସେଣ୍ଟର ବିଲ୍ଡିଂରେ ନିଆଁ ଲାଗିଯାଇଥିଲା । ଏହାଭିତରେ ଅନେକ ଲୋକ ଫସିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ନିଆଁକୁ ଆୟତ୍ତ କରୁଛି । ଘଟଣାରେ କେହି ହତାହତ ହୋଇନାହାନ୍ତି । ଘଟଣା ବିଷୟରେ ଜଣାପଡିବା ପରେ ୬ଟି ଅଗ୍ନିଶମ ଗାଡି ପହଞ୍ଚିଥିଲା । ଯୁଦ୍ଧକାଳୀନ ଭିର୍ତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

ଯେଉଁ ବିଲ୍ଡିଂରେ ନିଆଁ ଲାଗିଛି, ସେଠାରେ ଅନେକ କର୍ପୋରେଟ ଅଫିସ ରହିଛି । ନିଆଁ ଲାଗିବା କାରଣରୁ ଆଖପାଖ ଅଞ୍ଚଳ ଧୂଆଁ ଧୂଆଁ ହୋଇଯାଇଥିଲା ।

Leave A Reply

Your email address will not be published.