ଏଟିଏମରୁ ଟଙ୍କା ଉଠାଇବା ପାଇଁ ଆରବିଆଇର ନୂଆ ନିୟମ

youtube

ନୂଆଦିଲ୍ଲୀ: ଏଟିଏମରେ କାରବାର ନେଇ ନୂଆ ନିୟମ ଲାଗୁ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏଥିରେ ମାଗଣା କାରବାରର ସୀମା, ନଗଦ ଜମା ଏବଯ ଉଠାଇ ପାଇଁ ନିୟମ ଏବଂ ଅତିରିକ୍ତ ଶୁଳ୍କ ଅନ୍ତର୍ଭୁକ୍ତ ରହିଛି ।

ଏଟିଏମ୍ କାରବାର, ନଗଦ ସୀମା ଏବଂ ବ୍ୟାଙ୍କ ଶୁଳ୍କ ସମ୍ପର୍କରେ ଆରବିଆଇ ନିୟମ ସ୍ପଷ୍ଟ କରିଛି । ମେଟ୍ରୋ ସହର ଗୁଡିକରେ ଗ୍ରାହକମାନେ ଏଟିଏମରେ ତିନି ଥର ମାଗଣା କାରବାରର ସୁବିଧା ପାଇଥାନ୍ତି । ଯେଉଁଥିରେ ନଗଦ ଉଠାଣ ଏବଂ ବାଲାନ୍ସ ଯାଞ୍ଚ ଉଭୟ ଅନ୍ତର୍ଭୁକ୍ତ ।

ଅନ୍ୟ ସ୍ଥାନରେ ଏଟିଏମ୍ ଗ୍ରାହକମାନଙ୍କୁ ପାଞ୍ଚ ଥର ମାଗଣା କାରବାର ପ୍ରଦାନ କରାଯାଏ । ଯଦି ଆପଣ ଏହି ସୀମା ଅତିକ୍ରମ କରନ୍ତି ତେବେ ବ୍ୟାଙ୍କଗୁଡିକ ଏକ ଶୁଳ୍କ ନେବେ । ପ୍ରତି କାରବାର ପାଇଁ ସର୍ବାଧିକ ୨୩ଟଙ୍କା ଏବଂ ଜିଏସଟି ପ୍ରଯୁଜ୍ୟ ରହିବ । କିଛି ବ୍ୟାଙ୍କ ଅଣ-ଆର୍ଥିକ କାରବାର (ଯେପରିକି ବାଲାନ୍ସ ଚେକ୍‌) ପାଇ ୧୧ଟଙ୍କା ଆଦାୟ କରିଥାନ୍ତି ।

ନଗଦ ଜମା ପାଇଁ କୌଣସି ଶୁଳ୍କ ନାହିଁ । ବର୍ଷକୁ ୨୦ଲକ୍ଷ କିମ୍ବା ତା’ଠାରୁ ଅଧିକ ନଗଦ ଜମା/ଉଠାଣ ପାଇଁ ପ୍ୟାନ୍ ଏବଂ ଆଧାର ପ୍ରଦାନ କରିବା ବାଧ୍ୟତାମୂଳକ । କଳାଧନକୁ ରୋକିବା ପାଇଁ ଏହି ନିୟମ ପ୍ରସ୍ତୁତ କରାଯାଇଛି ।
ଆପଣଙ୍କ ବ୍ୟାଙ୍କର ଏଟିଏମ୍ ବାରମ୍ବାର କରନ୍ତୁ ନାହିଁ । କେବଳ ଯେତେବେଳେ ସମ୍ପୂର୍ଣ୍ଣ ଆବଶ୍ୟକ ହେଉଛି ସେତେବେଳେ ବ୍ୟବହାର କରନ୍ତୁ । ଏହା ଦ୍ୱାରା ଆପଣ ଫିସ୍ ଦେବାରୁ ରକ୍ଷା ପାଇବେ ।

Leave A Reply

Your email address will not be published.