
ଇସ୍ରାଏଲ ଗାଜା ଉପରେ ଏକ ବଡ ଆକ୍ରମଣ କରିଛି । ଏହି ଆକ୍ରମଣରେ ୯ଜଣ ପ୍ରାଣ ହରାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇସ୍ରାଏଲ ଆମେରିକାକୁ ସୂଚନା ଦେବା ପରେ ଏହି ଆକ୍ରମଣ କରିଥିଲା । ଏକ ରିପୋର୍ଟ ଅନୁସାରେ ଇସ୍ରାଏଲ ଗାଜା ଷ୍ଟ୍ରିପରେ ଏକ ବଡ ବିମାନ ଆକ୍ରମଣ କରିଥିଲା । ଇସ୍ରାଏଲୀ ସେନା ଉପରେ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଗାଜା ଉପରେ ତୁରନ୍ତ ଆକ୍ରମଣ କରିବାକୁ ନିର୍ଦେଶ ଦେଇଥିଲେ । ଏହାପୂର୍ବରୁ ଆମେରିକାକୁ ଗାଜା ଉପରେ ଆକ୍ରମଣ କରିବାର ନିଷ୍ପତ୍ତି ବିଷୟରେ ଜଣାଇ ଦେଇଥିଲେ ।
ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ ହମାସ ଆତଙ୍କବାଦୀମାନେ ୟେଲୋ ଲାଇନର ପୂର୍ବରେ ଇସ୍ରାଏଲୀ ସେନା ଉପରେ ଆକ୍ରମଣ କରିଥିଲେ । ଯାହା ଗାଜାର ଇସ୍ରାଏଲୀ-ଅଧିକୃତ ଅଂଶକୁ ଅନ୍ୟ ଏନକ୍ଲେଭରୁ ପୃଥକ କରିଥାଏ । ରାଫା ଅଞ୍ଚଳରେ ନିୟୋଜିତ ସୈନିକମାନଙ୍କୁ ରକେଟ୍-ଚାଳିତ ଗ୍ରେନେଡ୍ ଏବଂ ସ୍ନାଇପର ଫାୟାର କରାଯାଇଥିଲା । ଜବାବରେ ଇସ୍ରାଏଲ ଗାଜା ଷ୍ଟ୍ରିପରେ ଏକ ଏୟାରଷ୍ଟ୍ରାଇକ କରିଥିଲା ।
ଆକ୍ରମଣ ପରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଚେତାବନୀ ଦେଇଥିଲେ ଯେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ କର୍ମଚାରୀଙ୍କୁ ଟାର୍ଗେଟ କରିବା ପାଇଁ ହମାସକୁ ଭାରି ମୂଲ୍ୟ ଦେବାକୁ ପଡିବ । ମନ୍ତ୍ରୀ କହିଛନ୍ତି ଇସ୍ରାଏଲ ପୂର୍ଣ୍ଣ ବଳ ସହିତ ଜବାବ ଦେବ ।