ପରମାଣୁ ପରୀକ୍ଷଣ କରୁଛି ପାକିସ୍ତାନ: ଟ୍ରମ୍ପ

add-all

ପାକିସ୍ତାନ ପରମାଣୁ ପରୀକ୍ଷଣ କରୁଛି। ଏଭଳି ଖୁଲାସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। CBS ନ୍ୟୁଜକୁ ଏକ ସାକ୍ଷାତକାର ଦେବା ସମୟରେ ଟ୍ରମ୍ପ ଏହି ଦାବି କରିଛନ୍ତି।

ଟ୍ରମ୍ପ କହିଛନ୍ତି ଯେ, ପାକିସ୍ତାନ ପରମାଣୁ ପରୀକ୍ଷଣ କରୁଛି। ଉତ୍ତର କୋରିଆ ଓ ରୁଷ ମଧ୍ୟ ପରମାଣୁ ପରୀକ୍ଷଣ କରୁଛି। ଅନ୍ୟ ଦେଶମାନେ ପରମାଣୁ ପରୀକ୍ଷା କରିବା ପରେ ଆମେରିକା ମଧ୍ୟ ପରୀକ୍ଷଣ ଆରମ୍ଭ କରିଛି। ଟ୍ରମ୍ପ ଏହି ସାକ୍ଷାତକାରରେ କହିଥିଲେ ଯେ ବିଶ୍ୱର ଅନେକ ଦେଶ ଗୋପନୀୟତା ରଖି ପରମାଣୁ ବୋମା ପରୀକ୍ଷଣ କରୁଛନ୍ତି। ପାକିସ୍ତାନ, ଉତ୍ତର କୋରିଆ, ରୁଷ ଏବଂ ଚୀନ୍ ପରୀକ୍ଷଣ କରୁଛନ୍ତି, କିନ୍ତୁ ପ୍ରକାଶ କରୁ ନାହ।ନ୍ତି । ମାତ୍ର ଆମେ ଭିନ୍ନ। ଆମେ ପରୀକ୍ଷଣ କରିବା ଆଗରୁ ସମସ୍ତଙ୍କୁ ଜଣାଉଛୁ। ପରମାଣୁ ପରୀକ୍ଷା କରୁଥିବା ଦେଶ ମାଟି ତଳେ ପରୀକ୍ଷଣ କରୁଛନ୍ତି। ସେଥିପାଇଁ ପରୀକ୍ଷଣ ସମ୍ପର୍କରେ କେହି ଜାଣିପାରୁ ନାହାନ୍ତି। ପ୍ରକୃତରେ କ’ଣ ଘଟୁଛି ତାହା ବାହାରକୁ ଜଣାପଡ଼ୁନାହିଁ। କେବଳ ସାମାନ୍ୟ ଭୂମିକମ୍ପ ଅନୁଭବ ହେଉଛି।

ad-week
Leave A Reply

Your email address will not be published.