ରୁଷୀୟ ନାଗରିକଙ୍କୁ ମିଳିବ ୩୦ ଦିନର ଫ୍ରି ଟୁରିଷ୍ଟ ଭିସା: ପ୍ରଧାନମନ୍ତ୍ରୀ ମୋଦି

youtube

ନୂଆଦିଲ୍ଲୀ : ରୁଷର ରାଷ୍ଟ୍ରପତି ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ପୁଟିନଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରାଯାଇଛି । ଏହାପରେ ହାଇଦ୍ରାବାଦ ହାଉସ୍ରେ ପ୍ରଧାନମନ୍ତ୍ରୀ ମୋଦି ଓ ରୁଷୀୟ ରାଷ୍ଟ୍ରପତି ଦ୍ୱିପାକ୍ଷୀୟ ଆଲୋଚନା କରିଛନ୍ତି । ମୋଦି ଏବଂ ପୁଟିନଙ୍କ ମଧ୍ୟରେ ୭ଟି ବୁଝାମଣା ସମ୍ପର୍କରେ ସହମତି ହୋଇଛି । ବିଶେଷ କରି ପ୍ରବାସୀ, ସ୍ବାସ୍ଥ୍ୟ, ମେଡିକାଲ ଶିକ୍ଷା, ଖାଦ୍ୟ ସୁରକ୍ଷା, ଜାହାଜ ନିର୍ମାଣ, ରସାୟନିକ ଏବଂ ସାର ଭଳି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି ।

ରାଷ୍ଟ୍ରପତି ପୁଟିନଙ୍କ ସହ ଯୁଗ୍ମ ବିବୃତ୍ତିରେ ପିଏମ୍ ମୋଦି କହିଛନ୍ତି ଯେ, ଭାରତ-ରୁଷ୍ ବନ୍ଧୁତା ଧ୍ରୁବ ତାରା ଭଳି ଚମକୁଛି । ପିଏମ୍ ମୋଦି କହିଛନ୍ତି ଯେ, ଉଭୟ ଦେଶ ସବୁ ମଞ୍ଚରେ ସହଯୋଗ ଓ ସମର୍ଥନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଛଡା ଭାରତ ସବୁ ରୁଷୀୟ ନାଗରିକଙ୍କ ପାଇଁ ୩୦ ଦିନର ନିଃଶୁଳ୍କ ଇ-ଟୁରିଷ୍ଟ ଭିସା ଜାରି କରିବ ବୋଲି ମୋଦି କହିଛନ୍ତି ।

Leave A Reply

Your email address will not be published.