ରାହୁଲଙ୍କୁ ମିଳିଲାନି ଆମନ୍ତ୍ରଣ, ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ କରିବେ ଥରୁର

add-all

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର ​‌ଶେଷ ଦିନ। ସାନ୍ଧ୍ୟ ଭୋଜନ ପରେ ରାତି ୯ଟାରେ ପୁଟିନ ସ୍ବତନ୍ତ୍ର ବିମାନ ଯୋଗେ ସ୍ବଦେଶ ଫେରିଯିବେ। ରାତି ୭ଟାରେ ରାଷ୍ଟ୍ରପତି ଭବନରେ ସାନ୍ଧ୍ୟଭୋଜନର ଆୟୋଜନ ହୋଇଛି। ତେବେ ପୁଟିନଙ୍କ ସହିତ ସାକ୍ଷାତ ପାଇଁ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅତ୍ୟନ୍ତ ବ୍ୟାକୁଳ ଥିବା ବେଳେ ତାଙ୍କୁ ଆମନ୍ତ୍ରଣ କରାଯାଇ ନାହିଁ। ଏପରି କି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ବି ନିମନ୍ତ୍ରଣ ମିଳିନାହିଁ। କିନ୍ତୁ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଆମନ୍ତ୍ରଣ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଯାହାକୁ ନେଇ ଏବେ କଂଗ୍ରେସ ଶିବିରରେ ହଟଚମଟ ସୃଷ୍ଟି ହୋଇଛି।

ଥରୁରଙ୍କ କହିବା ଅନୁସାରେ, ସେ ବୈଦେଶିକ ବ୍ୟାପାର ସଂସଦୀୟ କମିଟିର ଅଧ୍ୟକ୍ଷ ରହିଛନ୍ତି। ସେହି ଦୃଷ୍ଟିରୁ ତାଙ୍କୁ ଆମନ୍ତ୍ରଣ କରାଯାଇଛି। ଉଲ୍ଲେଖ ଯେ, ଜି-୨୦ ସାନ୍ଧ୍ୟ ଭୋଜନରେ ବି କଂଗ୍ରେସ ସଭାପତିଙ୍କୁ ଆମନ୍ତ୍ରଣ କରାଯାଇ ନ ଥିଲା।

ad-week
Leave A Reply

Your email address will not be published.