ଗ୍ଲୋବାଲ ଏନର୍ଜି ସମିଟର ଶୁଭାରମ୍ଭ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

youtube

ପୁରୀ : ପୁରୀରେ ଦୁଇଦିନିଆ ଗ୍ଲୋବାଲ ଏନର୍ଜି ସମିଟର ଶୁଭାରମ୍ଭ ।  ଅକ୍ଷୟ ଶକ୍ତି ଓ ଗ୍ରୀନ ଟେକନୋଲୋଜି ନେଇ ସମ୍ମିଳନୀରେ ହୋଇଛି  ଆଲୋଚନା ।  ଓଡିଶା ଅକ୍ଷୟ ଶକ୍ତି ଓ ଗ୍ରୀନ୍ ଟେକ୍ନୋଲୋଜି କ୍ଷେତ୍ରରେ ବହୁତ ଅଗ୍ରଗତି କରିଥିବା କହିଛନ୍ତି କେନ୍ଦ୍ର ଶକ୍ତିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।  ଅକ୍ଷୟ ଶକ୍ତି ଉତ୍ପାଦନରେ ଗତ ୫ବର୍ଷ ଧରି ଭାରତ ଆଗରେ ରହିଛି ।  ପୂର୍ବରୁ ଗୋଟିଏ ଟେରାୱଟ ଉତ୍ପାଦନ ପାଇଁ ୭୦ ବର୍ଷ ଲାଗିଥିଲା ।

କିନ୍ତୁ ଦୁଇବର୍ଷରେ ୨ହଜାର ଗିଗାୱଟ ଶକ୍ତି ଉତ୍ପାଦନ କରିପାରିଥିବା କହିଛନ୍ତି କେନ୍ଦ୍ର ଶକ୍ତିମନ୍ତ୍ରୀ ।  ଉପକୂଳ ଓଡ଼ିଶାରେ ସୌର,ପବନ ଓ ଜଳ ଶକ୍ତିକୁ ଉପଯୋଗ କରି ଅଧିକ ଅକ୍ଷୟ ଶକ୍ତି ଉତ୍ପାଦନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଓଡ଼ିଶା ଏବେ ବି ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ । ରାଜ୍ୟ ସରକାର ଗତ ଦେଢ଼ ବର୍ଷ ମଧ୍ୟରେ ଅକ୍ଷୟ ଶକ୍ତିକୁ ଅଧିକ ଗୁରୁତ୍ବ ଦେଉଥିବା ସେ କହିଛନ୍ତି। ରାଜ୍ୟରେ ପବନ ଓ ସୌର ଶକ୍ତିରୁ ଉତ୍ପାଦନ ଓ ଆବଣ୍ଟନ ପାଇଁ କାର୍ଯ୍ୟ କରାଯାଉଛି। ଓଡିଶାକୁ ଅକ୍ଷୟ ଶକ୍ତିର ହବ୍ ପାଇଁ ଖସଡା ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.