
ଅଲାସ୍କା : ଅଲସ୍କା ଏବଂ କନାଡାଇର ୟୁକୋନ ସୀମା ନିକଟବର୍ତ୍ତୀ ଏକ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୭ ରହିଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ରସ୍ଥଳ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଥିବା ସୂଚନା ମିଳିଛି । ଶକ୍ତିଶାଳୀ ଭୂକମ୍ପ ହେବା ପରେ ମଧ୍ୟ ସୁନାମୀକୁ ନେଇ କୌଣସି ଚେତାବନୀ ଜାରି କରାଯାଇନାହିଁ । ଏଥିସହିତ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ମୃତାହତଙ୍କ ସୂଚନା ମିଳିନାହିଁ ।
ଅନ୍ୟପଟେ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ଯେ, ତାଙ୍କ ଟିମକୁ ଶକ୍ତିଶାଳୀ ଭୂକମ୍ପ ସମ୍ପର୍କରେ ଦୁଇଟି କଲ୍ ମିଳିଥିଲା । ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଯାହାକୁ ସମସ୍ତେ ଅନୁଭବ କରିପାରିଥିଲେ । ଯାହାକୁ ନେଇ ଏବେ ଲୋକେ ସୋସିଆଲ ମିଡିଆରେ ସେମାନଙ୍କ ପ୍ରତିକ୍ରିୟା ସେୟାର କରୁଛନ୍ତି ।