କାର-ଟ୍ରଲର ଧକ୍କା, ୫ ଯୁବକ ମୃତ

youtube

ଛତିଶଗଡ଼ : ଛତିଶଗଡ଼ର ଜଶପୁର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତଗାମୀ କାର୍ ନିୟନ୍ତ୍ରଣ ହରାଇ ଟ୍ରଲର ସହ ଧକ୍କା ହେବା ଯୋଗୁଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୫ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ତୁରନ୍ତ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ସୂଚନାନୁଯାୟୀ, କାରରେ ଥିବା ଯୁବକମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଫେରୁଥିଲେ । କାରଟି ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଯାଉଥିବାବେଳେ ହଠାତ୍ ନିୟନ୍ତ୍ରଣ ହରାଇ ଟ୍ରଲର ସହିତ ଧକ୍କା ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ସମସ୍ତଙ୍କ  ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ପରିବାରକୁ ସୂଚନା ଦେଇଛି ପୋଲିସ । ଏଥିସହ ତଦନ୍ତ ମଧ୍ୟ ପୋଲିସ ଆରମ୍ଭ କରିଛି ।

Leave A Reply

Your email address will not be published.