ଟ୍ରମ୍ପଙ୍କ ନାଁରେ ନାମିତ ହେବ ହାଇଦରାବାଦର ସଡ଼କ

add-all

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ ସଡକକୁ ନାମିତ କରିବା ଲାଗି ତେଲଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି। ହାଇଦରବାଦର ଯେଉଁ ରାସ୍ତାରେ ଆମେରିକାର ବାଣିଜ୍ୟିକ ଦୂତାବାସ ଅବସ୍ଥିତ ଅଛି ସେହି ରାସ୍ତାକୁ ଟ୍ରମ୍ପଙ୍କ ନାମରେ ନାମିତ କରାଯାଇ ଡୋନାଲ୍ଡ ଟ୍ରମ୍ପ ଆଭେନ୍ୟୁ ରଖାଯିବ। ସଡକର ଏପରି ନାମ ପରିବର୍ତ୍ତନ ସମ୍ପର୍କରେ ତେଲଙ୍ଗାନା ସରକାର ଆଗାମୀ ଦିନରେ ବୈଦେଶିକ ମନ୍ତ୍ରଣାଳୟ ଓ ଆମେରିକା ଦୂତାବାସକୁ ଚିଠି ଲେଖିବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଆମେରିକା-ଭାରତ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (ୟୁଏସ୍ଆଇଏସ୍‌ପିଏଫ୍)କୁ ସମ୍ବୋଧନ କାଳରେ ହାଇଦରାବାଦର ପ୍ରମୁଖ ରାସ୍ତାର ନାମ ଟ୍ରମ୍ପଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଆଧାରରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

ad-week
Leave A Reply

Your email address will not be published.