ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

add-all

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ ନଭଜୋତ କୌର ସିଦ୍ଧୁ ସୋମବାର କଂଗ୍ରେସରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ନଭଜୋତ ଦଳ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି।

ନଭଜୋତ କହିଥିଲେ, ପଞ୍ଜାବରେ ଯିଏ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଇଚ୍ଛା କରିବେ, ତାଙ୍କୁ ୫୦୦ କୋଟିର ଏକ ସୁଟ୍‌କେସ ଦଳକୁ ଅଫର କରିବାକୁ ପଡ଼ିବ। ନଭଜୋତଙ୍କ ଏପରି ମନ୍ତବ୍ୟ କଂଗ୍ରେସର ଭିତିରି କଥାକୁ ପଦାରେ ପକାଇଛି ବୋଲି ଚର୍ଚ୍ଚା ହେଉଛି। 

ad-week
Leave A Reply

Your email address will not be published.