୭୯ ବର୍ଷରେ ପାଦ ଥାପିଲେ ସୋନିଆ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

add-all

ନୂଆଦିଲ୍ଲୀ : ଆଜି କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ଜନ୍ମଦିନ । ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହା ସେ ତାଙ୍କ ସୋସିଆଲ ମିଡିଆ ପେଜରେ ପୋଷ୍ଟ କରିଥିବାର ଦେଖିବାକୁ ମିଳିଛି । ସୋନିଆ ଗାନ୍ଧୀଙ୍କ ଲମ୍ବା ଆୟୁଷ ଏବଂ ଭଲ ସ୍ବାସ୍ଥ୍ୟ ପାଇଁ ମୋଦି କାମନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ସୋନିଆଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । “କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା” ଲେଖି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାରି ମଧ୍ୟରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ Xରେ ଲେଖିଛନ୍ତି ‘‘ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ।’’ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ, ‘‘ଆପଣଙ୍କ ନିସ୍ବାର୍ଥପର ସେବା, ଜ୍ଞାନ ଏବଂ ଦୃଷ୍ଟିକୋଣ କଂଗ୍ରେସ ଦଳକୁ ଗଠନ କରିଛି ଏବଂ ଲୋକଙ୍କ ସେବା କରି ଆମର ସଂକଳ୍ପକୁ ଦୃଢ଼ କରିଛି । ଆପଣଙ୍କର ମୋର ଥିବା ବିଶ୍ବାସ ପାଇଁ ମୁଁ ଗର୍ବ ଅନୁଭବ କରୁଛି ବୋଲି ସେ କହିଛନ୍ତି । ଈଶ୍ୱର ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ନିରନ୍ତର ଶକ୍ତି ପ୍ରଦାନ କରନ୍ତୁ ଯାହା ଦ୍ଵାରା ଆପଣ ଲୋକଙ୍କ କଲ୍ୟାଣ ପାଇଁ କାମ କରି ଚାଲିପାରିବେ ଏବଂ ଆମକୁ ରାଷ୍ଟ୍ର ସେବା କରିବାକୁ ପ୍ରେରଣା ଦେଇପାରିବେ ।”

ad-week
Leave A Reply

Your email address will not be published.