
ଟୋକିଓ : ଜାପାନର ଉତ୍ତର-ପୂର୍ବ ଉପକୂଳରେ ୬.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହା ପରେ ପାଣିପାଗ ବିଭାଗ ସୁନାମି ଆସିବାର ଆଶଙ୍କା କରି ସତର୍କ ସୂଚନା ଜାରି କରିଛି । ଭୂକମ୍ପର କେନ୍ଦ୍ର ସ୍ଥଳ ୟାମାଡା ଅଞ୍ଚଳରୁ ପ୍ରାୟ ୭୮ ମାଇଲ ପୂର୍ବ ଦିଗରେ ସମୁଦ୍ର ଭିତରେ ଥିଲା । ଏହାର ପ୍ରଭାବରେ ଇୱାଟେ ଅଞ୍ଚଳରେ ପ୍ରାୟ ୧ ମିଟର (୩.୩ ଫୁଟ) ଉଚ୍ଚର ସମୁଦ୍ର ଢେଉ ଆସିବାର ସମ୍ଭାବନା ଅଛି । ତେଣୁ ଲୋକମାନଙ୍କୁ ସମୁଦ୍ର କୂଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।
ମାତ୍ର ଦୁଇ ଦିନ ପୂର୍ବରୁ (ଡିସେମ୍ବର ୯) ଏଠାରେ ୭.୫ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା । ଏବେ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଏକ “ମେଗାକ୍ୱେକ୍” (ବିଶାଳ ଭୂକମ୍ପ)ର ସତର୍କ ସୂଚନା ଜାରି କରାଯାଇଛି ।